ଲୁଥେରାନ ଯୌନ କେଳେଙ୍କାରୀର ବିଚାର ବିଭାଗୀୟ ତଦନ୍ତ ଦାବି କଲା ଜନଶକ୍ତି ପାର୍ଟି

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଲୁଥେରାନ ମହିଳା ସମିତି ସିସିଆଇର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମରୁ ଶିଶୁ ପୁତ୍ର ଜନ୍ମ ଅଭିଯୋଗର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ । ଏହି ଉପଲକ୍ଷେ କେନ୍ଦ୍ରାପଡା ପବ୍ଲିକ ରିଡଂ ରୁମ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଦିବ୍ୟାଙ୍ଗ ମହିଳାଙ୍କର ଶିଶୁ ପୁତ୍ର ଜନ୍ମ ପ୍ରସଙ୍ଗ ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଜିଲ୍ଲାପାଳ ତୁରନ୍ତ ସେହି ଘଟଣାରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବା ସହ ସଂପୃକ୍ତ ପିଡିତା ମହିଳା ଏବଂ ତାଙ୍କ ଶିଶୁପୁତ୍ରକୁ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଛନ୍ତି । ଗୋଚର ଜମିର କିଷମ ବଦଳାଇ ଜମି ଅକ୍ତିଆର କରି ସମାଜର ଅବହେଳିତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ମାନସିକତା ଥିବା ଅନୁଷ୍ଠାନର କର୍ମଚାରୀଙ୍କୁ କଳଙ୍କିନୀ ସଜାଇଥିବା ବ୍ୟକ୍ତି ଏବଂ ଅନୁଷ୍ଠାନର ସମସ୍ତ କାଗଜପତ୍ର ତନଖି କରାଯିବା ସହିତ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ବିଶେଷ କରି ମହାକାଳପଡା ବ୍ଲକର ପାଟଳିପଙ୍କଠାରେ ଥିବା ଲୁଥରାନ ମହିଳା ସମିତି ନାମରେ ଯେଉଁ କାଳିମା ଲାଗିଛି ସେଥି ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । କେନ୍ଦ୍ରାପଡାର ସୁନାମ ବଜାଇ ରଖାଯିବାକୁ ନିବେଦନ କରି ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଆଗେଇ ଆସି ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ସୁପାରିଶ କରିବାକୁ ଦାବି କରାଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଶାନ୍ତ ମିଶ୍ର, ସୂର୍ଯ୍ୟମଣି ପଣ୍ଡା, ରମେଶ ଥାଟୋଇ, ସୁବାଷ ରାଉତ, ନଗେନ୍ଦ୍ର ଜେନା , ନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ