ବାପାଙ୍କ ଶ୍ରାଦ୍ଧ ଦିବସରେ ସାମ୍ବାଦିକଙ୍କ ଭାତୃ ବିୟୋଗ

ଭଞ୍ଜନଗର, (ସନ୍ତୋଷ ଜନୋ): ଭଞ୍ଜନଗର ଅଞ୍ଚଳର ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ଜ୍ୟେଷ୍ଠ ଭ୍ରାତା ହରିହର ପଟ୍ଟନାୟକ (ଟୁନା)ଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା।ତାଙ୍କର ପତ୍ନୀ ଓ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।ହରିହର ରାତିରେ ଖାଇ ସାରି ଶୋଇ ପଡ଼ିଥିଲେ।ହେଲେ ଗୁରୁବାର ତାଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ଥିବାରୁ ପରିବାର ଲୋକେ ତାଙ୍କୁ ସକାଳେ ଉଠେଇବାକୁ ଚେଷ୍ଟା କରିଥିଲେ ହେଲେ ସେ ନ ଉଠିବାରୁ ପରୀକ୍ଷା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ସେ କୋରାପୁଟ ନିକଟ କୋଲାବ ନଗର ଠାରେ ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ।ସେ ଜଣେ ମିଷ୍ଠ ଭାଷୀ, ପରୋପକାରୀ, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ସଂସ୍କାର ରେ ପରିବାର ଲୋକେ,ବନ୍ଧୁ ବାନ୍ଧବ ଓ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ