କ୍ଲ‌ଷ୍ଟର ସ୍ତରୀୟ ସହଯୋଗ ତାଲିମ ଶିବିର

ଚିକିଟି (କୁରେଶୁ ସାହୁ):ଚିକିଟି ବ୍ଲକ ପିତାତଳି କ୍ଲଷ୍ଟେର ସ୍ତରୀୟ ସହଯୋଗ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ସି ଆର ସି ସି ବଳରାମ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ 6 ଟି ସ୍କୁଲ ର ପରିଚାଳନା କମିଟିର ସଭାପତି ଙ୍କ ସହ 120 ଜଣ।ସଭ୍ୟ ଯୋଗ ଦେଇ ତାଲିମ ନେଇଥିଲେ।ତିନି ଦିନିଆ ଏହି ଶିବିର ରେ କମିଟି ଗଠନ ଓ ତାର କାର୍ଯ୍ୟକାରିତା, ବିଦ୍ୟାଳୟ ବିକାଶ ଯୋଜନା, ଭୌତିକ ପରିବେଶ ଗଠନ, ଆର୍ଥିକ ପରିଚାଳନା, ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା ପର୍ଯ୍ୟାୟ କ୍ରମେ ହୋଇଥିଲା।ସମସ୍ତ ଙ୍କୁ ମାସ୍କ ପରିଧାନ ପାଇଁ ଦିଆ ଯାଇ ପିତାତଳି ସ୍କୁଲ ରେ ସମସ୍ତେ ମିଶି ବୃକ୍ଷ ରୋପଣ କରି ସବୁଜ ବିପ୍ଳବ ର ଆହ୍ୱାନ ଦେଇଥିଲେ।ସମ୍ବଳ ଶିକ୍ଷକ ଭାବେ ଶିକ୍ଷକପ୍ରଣତି ପାଣିଗ୍ରାହୀ, ଅଭିମନ୍ୟୁ ପ୍ରଧାନ,ଦୁର୍ଗା ମାଧବ ପଣ୍ଡା, ଲବ ସାହୁ,କେଦାର ନାଥ ସୁବୁଦ୍ଧି, ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କମିଟିର ସଭ୍ୟ ମାନଙ୍କୁ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ନିଜ ନିଜ ସ୍କୁଲ ର ସାମଗ୍ରିକ ବିକାଶ ସମ୍ପର୍କରେ ତାଲିମ ଦେଇଥିଲେ। ଏବିଇଓ ପ୍ରଭଞ୍ଜନ ପଣ୍ଡା ତାଲିମ ଶିବିର ପରିଦର୍ଶନ କରି ପରସ୍ପର ସହଯୋଗ ରେ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଆଗେଇ ଆସିବାକୁ କହିଥିଲେ।ପିତାତଲି କ୍ଲଷ୍ଟର ର ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନେ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ