ଅଗ୍ନିକାଣ୍ଡରେ ଦୁଇ ଗୁହାଳ ପୋଡି ପାଉଁଶ
ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ପାଙ୍ଗିଡି ପାଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗୁହାଳ ଘର ପୋଡିଯାଇଥିବା ଜଣାପଡ଼ିଛି। ଏପ୍ରିଲ ୯ ତାରିଖ ଦିନ କଞ୍ଚୁରୁ ଗ୍ରାମର ମଙ୍ଗାଳ ପାତ୍ର ଓ ଶତ୍ରୁଘ୍ନ ପାତ୍ରଙ୍କ ଗୋଟିଏ ଲେଖାଁଏ ଦୁଇଟି ଗୁହାଳ ଘରରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ବୁଗୁଡା ଦମକଳ ବାହିନୀ ଆସି ନୂଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ସମୟରେ ଗୁହାଳରେ ଗାଈ ଗୋରୁ ନଥିବା ଯୋଗୁଁ ଗୃହପାଳିତ ପଶୁମାନଙ୍କ କୌଣସି କ୍ଷତି ହୋଇ ନଥିବା ଜଣା ପଡ଼ିଛି।


