ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଟିକାକରଣ ଉତ୍ସବ ଆରମ୍ଭ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ ଉତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ। କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ। ଯୋଗ୍ୟ ବିବେଚିତ ଲୋକମାନଙ୍କୁ କିଭଳି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ସହ ଟିକାର ଶୂନ୍ୟ ଅପଚୟକୁ ମଧ୍ୟ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ନେଲା ପରେ ବି ମାସ୍କ ପିନ୍ଧନ୍ତୁ, ଅବହେଳା କରନ୍ତୁ ନାହିଁ। ରାଜ୍ୟପାଳଙ୍କ ଜରିଆରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି କରାଯାଇ ସଚେତନତା ସୃଷ୍ଟି କରାଯାଉ ବୋଲି ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ ଏବେ କରୋନାର ଦ୍ୱିତୀୟ ଲହରି ଜାରି ରାହିଛି। ଏହି ମହାମାରୀର ସ୍ଥିତି ଯେଉଁଭଳି ଭାବେ ଦେଶରେ କଠିନ ପରିସ୍ଥିତି ସୃଷ୍ଟି କରୁଛି ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଏହି ଉତ୍ସବରେ ଯୋଗଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ