ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

୧୨୮ ମାମଲାରୁ ୧୨ ଫଇସଲା,୧୯,୧୭,୨୩୨ ଟଙ୍କା ଆଦାୟ

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୂପ ରଂଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ସହିତ ସବଜଜ୍ ବୁଦ୍ଧଦେବ ଆଚାର୍ଯ୍ୟ,ଏସିଡିଜେଏମ ସତ୍ୟବ୍ରତ ରଣା, ଜେଏମଏଫସି ଝିଲିଲୀନା ନାୟକ ପ୍ରମୁଖ ଉପସ୍ଥିତ ରହି ୧୨୮ ମାମଲା ଶୁଣାଣିରେ ୧୨ଟି ମାମଲା ଫଇସଲା କରିଥିଲେ ।ଏନଆଇ ଏକ୍ଟରେ ୬୩ ଟି ମାମଲାରୁ ୮ଟି ଫଇସଲା କରାଯାଇ ୧୪,୬୭,୨୩୨ ଟଙ୍କା ଆଦାୟ କରାଯାଇଥିଲା । ବ୍ୟାଙ୍କ ରିକୋଭରି ୧୯ଟି ମାମଲାରୁ ୨ଟି ଫଇସଲା କରାଯାଇଥିଲା ।ଏମଏସିଟି ୧୯ଟି ମାମଲାରୁ ୧ଟି ମାମଲା କରାଯାଇ ୪,୫୦,୦୦୦ ଟଙ୍କା ଆଦାୟ କରାଯାଇଥିଲା । ସମୁଦାୟ ୧୯,୧୭,୨୩୨ଟଙ୍କା ଆଦାୟ କରାଯାଇଛି । ଏଥିରେ କୋର୍ଟ କର୍ମଚାରୀ ଲକ୍ଷ୍ମଣ ମାରାଣ୍ଡି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ