ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦୁଇ ପୂଜକ କରୋନା ପଜିଟିଭ୍‌

  • ସିଲ୍ ହେଲା ଦେଶୀବେହେରା ସାହି , ସାଧାରଣ ଦର୍ଶନ ବନ୍ଦ

ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସୋମବାର ରାତିରୁ ସାଧାରଣ ଦର୍ଶନକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଦେଶୀବେହେରା ସାହିରେ ଅସ୍ଥାୟୀ ମଣ୍ଡପରେ ବିଜେ ମା’ଙ୍କ ଦୁଇ ପୂଜାରୀ ପଜିଟିଭ ଚିହ୍ନଟ ପରେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଏପରିକି ଦେଶୀବେହେରା ସାହିରେ ଚାରି ପଟୁ ବ୍ୟାରିକେଡ଼ କରାଯାଇଛି । ଉକ୍ତ ସାହିର ଲୋକମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବେ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏପରିକି ଉକ୍ତ ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା ସମ୍ଭାବନା ସୃଷ୍ଟି ହୋଇଛି । ମା’ଙ୍କ ବିଧି ଅନୁଯାୟୀ ଉକ୍ତ ମଣ୍ଡପରେ ପୂଜା କରିବା ଲାଗି ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଦୁଇ ପୂଜାରି ପଜିଟିଭ ହେବା ପରେ ପୋଲିସ ଉପସ୍ଥିତ ଭକ୍ତଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେବା ସହ ବ୍ୟାରିକେଡ଼ କରିଛି । ଏପରିକି ଆସନ୍ତା ୧୬ରେ ମା’ଙ୍କ ପ୍ରତ୍ୟାବର୍ତ୍ତନ ବେଳେ ମଧ୍ୟ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ