ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ ହେବ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଆଧୁନିକିକରଣ କରାଯିବ । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତିଛବିକୁ ବହନ କରୁଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହ ଗୁଡିକୁ ଅତ୍ୟାଧୁନିକ ଜ୍ଞାନ କୈାଶଳରେ ନିର୍ମାଣ କରାଯାଇ ଜିଲ୍ଲାର ଏକ ଶ୍ରେଷ୍ଠ ମଡେଲ ସ୍କୁଲରେ ପରିଣତ କରାଯିବ । ରାଜ୍ୟ ସରକାରଙ୍କ ପ୍ରଣିତ ଯୋଜନା ଅନୁଯାଇ ଗୋଟିଏ ପବ୍ଳିକ ସ୍କୁଲର ସମସ୍ତ ସୁବିଧା ସୁଯୋଗ ଏଠାରେ ସ୍କୁଳର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡା ସରକାରୀ ହାଇସ୍କୁଳକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି । ଏହି ସ୍କୁଲକୁ ଶ୍ରେଷ୍ଠ ଓ ଆଦର୍ଶ ସ୍କୁଲ ଭାବେ ଗଢିତୋଳିବାକୁ ଏବଂ ସ୍ମାର୍ଟ କ୍ଲାସ ରୁମର ସୁବିଧା ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ବେହେରା । ଏହି ଅବସରରେ ରାଜ୍ୟର ୨ ଜଣ ଶ୍ରେଷ୍ଠ ଆର୍ଚ୍ଚିଟେକଙ୍କୁ ଭୁବନେଶ୍ୱରରୁ ଏଠାକୁ ଆଣି କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ପରିସର ସେମାନଙ୍କୁ ବୁଲାଇ ଦେଖାଇବା ସହ ଅତ୍ୟାଧୁନିକ ଜ୍ଞାନ କୈାଶଳ ପ୍ରୟୋଗ କରି କିପରି ଏକ ସୁନ୍ଦର ମଡେଲ ସ୍କୁଲ ଗୃହ ନିର୍ମାଣ କରାଯାଇପାରିବ ସେଥି ନିମନ୍ତେ ମଡେଲ ପ୍ରସ୍ତୁତି କରିବା ପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଶ୍ରୀ ବେହେରା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ମୋ ସ୍କୁଳ ଅଭିଯାନର ଅଧ୍ୟକ୍ଷ ଡା. ବିଶ୍ୱ ପ୍ରକାଶ କାନୁନଗୋ, ସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ରନାଥ ସ୍ୱାଇଁ, ପୁରାତନ ଛାତ୍ର ସଂସଦ ସଭାପତି ତ୍ରୈଲୋକ୍ୟ ନାଥ ସ୍ୱାଇଁ, ସମ୍ପାଦକ ସଂଜୟ କୁମାର ଜେନା, ଉପସଭାପତି ମହମ୍ମଦ ଜାହିଦ ଖାନ, ଚିତରଂଜନ ଭଗତ, ହେମନ୍ତ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ସତ୍ୟବ୍ରତ ସିଂ, ହାଡିବନ୍ଧୁ ସିଂ, ମଙ୍ଗଳ ବରଣ ସିଂ, ମହମ୍ମଦ ନଇମ, ନିରଞ୍ଜନ ବଳ, ମାନସ ରଂଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ