ଗଜପତି : ନିରାଡମ୍ବରରେ ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଚଳିତ ବର୍ଷ ନିରାଡମ୍ବପରରେ ନବବର୍ଷ, ପଣା ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି । ପାରଳାଖେମୁଣ୍ଡି ଠାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ, ପଣାସଂକ୍ରନ୍ତୀ ଓ ହନୁମାନ ଜୟନ୍ତୀ କେବଳ ପୂଜାର୍ଚ୍ଚନା, ରୀତିନୀତିରେ ଏହି ପବିତ୍ର ଦିବସ ପାଳିତ ହୋଇଥିବାର ଦେଖିବାକୁ ମିଳିଛି । ପ୍ରତିବର୍ଷ ଏହି ପର୍ବ ପୂର୍ବଦିନ ସନ୍ଧ୍ୟାରୁ ହିଁ ପାରଳାଖେମୁଣ୍ଡି ସହର ସମେତ ବଜାର ଅଞ୍ଚଳଗୁଡିକ ଚଳଚଞ୍ଚଳ ହୋଇ ଉଠିଥାଏ । କିନ୍ତୁ ଗତ ବର୍ଷ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସମଗ୍ର ଦେଶରେ ଲକ୍‌ଡାଉନ୍ ଯୋଗୁଁ ସମ୍ପୂର୍ଣ୍ଣ ମନ୍ଦିର ମଠ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହରୀର ମୁକାବିଲା ଲାଗି ଆଂଶିକ କଟକଣା ଜାରୀ ରହିଥିବାରୁ ବିଶେଷ ଭିଡ ନଥାଇ ଭକ୍ତ ବା ଶ୍ରଦ୍ଧାଳୁ ମାନଙ୍କ ଗହଳିରେ ପୂଜାର୍ଚ୍ଚନା ସମାପନ ହୋଇଛି । ଯଦି ଓ ଏହା ଏକ ପାରମ୍ପାରିକ ପର୍ବ ହୋଇଥିବାରୁ ପ୍ରତି ଘରେ ବା ନିଜ ପରିବାର ମଧ୍ୟ ପଣା ତିଆରି କରାଯାଇ ତାକୁ ଘର ଭିତରେହିଁ ଠାକୁରଙ୍କ ପାଖରେ ଭୋଗଲାଗି କରାଯିବାପରେ ପରିବାରର ସଦସ୍ୟ ମାନେ ନିଜ ଭିତରେ ଉକ୍ତ ପଣାକୁ ସେବନ କରିଥିବା ଦୃଷ୍ଟିକୁ ଆସିଥିଲା । ଅନ୍ୟପକ୍ଷରେ କେତେକ ମନ୍ଦିର ସମ୍ମୁଖରେ ଆଜି ସକାଳୁ ଦୀପ ଲଗାଇବାପାଇଁ ତଥା ପୂଜାର୍ଚ୍ଚନା କରିବାପାଇଁ ସାମାନ୍ୟ ଭିଡ ଦେଖିବାକୁ ମିଳିଥିବାବେଳେ ପୋଲିସ ସେଠାରେ ପହଞ୍ôଚ ଲୋକମାନଙ୍କୁ ସଚେତନତା କରି ପଠାଇ ଦେଇଥିବାର ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ହନୁମାନ ମନ୍ଦିର ଓ ହନୁମାନ ବିଗ୍ରହ ଥିବା ସ୍ଥାନ ଯଥା ଗୁଣ୍ଡିବାଡି ହନୁମାନ ମନ୍ଦିର, ରେଳଷ୍ଟେ୍‌ସନ ନିକଟସ୍ଥ ହନୁମାନ ମନ୍ଦିର, ବେତାଗୁଡା ରାସ୍ତାରେ ଥିବା ତୋଟା ହନୁମାନ ମନ୍ଦିର, ନେହେରୁ ଛକ ସ୍ଥିତ ହନୁମାନ ମନ୍ଦିର, କରଣ ସାହି ସ୍ଥିତ ହନୁମାନ ମନ୍ଦିର ଓ ପ୍ରତିମୂର୍ତ୍ତୀ, କେଉଟ ସାହି ସ୍ଥିତ ଦୁଇ ଗୋଟି ହନୁମାନ ପ୍ରତିମୂର୍ତ୍ତୀ, ଦେଉଳବନ୍ଧ ରାସ୍ତାରେ ଥିବା ହନୁମାନ ମନ୍ଦିର ଏବଂ ବିଭିନ୍ନ ମନ୍ଦିର ମାନଙ୍କରେ ରୀତି ନୀତିରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଭକ୍ତ ବା ଶ୍ରଦ୍ଧାଳୁ ମାନେ ବାହାରେ ଦୀପ ପ୍ରଜ୍ଜଳନ କରି ପୂଜାର୍ଚ୍ଚନା କରିଥିଲେ । ସେହିପରି ଜିଲ୍ଲାର ବହୁ ସ୍ଥାନରେ ଏପରି ହିଁ ପୂଜାର୍ଚ୍ଚନା ହୋଇଥିବାର ଖବର ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ