ନବ ନିର୍ମାଣ କୃଷକ ସଂଗଠନର ଓଡିଆ ନୂଆବର୍ଷ ପାଳିତ
ନାଉଗାଁ, (ୱାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ତିହୁଡାସ୍ଥିତ ମା’ଜାଗୁଳାଇ ପୀଠରେ ନବ ନିର୍ମାଣ କୃଷକ ସଂଗଠନର ନାଉଗାଁ ଶାଖା ପକ୍ଷରୁ ଓଡିଆ ନୂଆବର୍ଷ ବୁଧବାର ପାଳିତ ହୋଇଯାଇଛି । ସଂଗଠନର ବ୍ଲକ କମିଟିର ଉପଦେଷ୍ଟା ନବକିଶୋର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ଜିଲ୍ଲା ସହ ସଂଯୋଜକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ବ୍ଲକ କମିଟିର ସଂଯୋଜକ କୈଳାସ ପରିଡା, ଜିଲ୍ଲା କମିଟି ସଦସ୍ୟ ବିଭୁତି ଭୂଷଣ ଲେଙ୍କା, ପ୍ରଫୁଲ ପରିଡା, ବ୍ଲକ କମିଟି ଉପଦେଷ୍ଟା ନୃସିଂହ ଚରଣ ମହାନ୍ତି, ସଦସ୍ୟ ଚର୍ତୁଭୁଜ ମହାନ୍ତି ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ଓଡିଆ ନୂଆବର୍ଷର ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ଓଡିଆ ସଂସ୍କୃତି,ସ୍ୱାଭିିମାନ, ମୌଳିକତା ବଜାୟ ରଖି ଏକ ମାନବୀୟ ଧାରାରେ ଓଡିଶାକୁ ନୂଆ କରି ଗଢି ତୋଳିବାର ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶରତ ନାୟକ, ସୁଦିପ୍ତ ଜେନା, ପଦ୍ମନାଭ ରାଉତ, ନବଦିପ୍ତ ତାରେଣିଆ, ଅକ୍ଷୟ ସ୍ୱାଇଁ ସଂଜୟ ବେହୁରା, ତ୍ରିଲୋଚନ ରାଉଳ, ଦାମୋଦର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।