ଓଡିଶା ବ୍ରାହ୍ମଣ ସମାଜ ତରଫରୁ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ବାବା ପୂର୍ଣେ‌ଶ୍ୱର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ଓଡ଼ିଶା ବ୍ରାହ୍ମଣ ଶାଖା, ରାଇରଙ୍ଗପୁର ଶାଖାର ସଭାପତି ପ୍ରଭାସ କବିଙ୍କ ନିର୍ଦ୍ଦେଶକ୍ରମେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ରାହ୍ମଣ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।କମିଟି ତରଫରୁ ବାବା ପୂର୍ଣେ‌ଶ୍ୱର ବାବାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ସହ ସମାଜରୁ କରୋନା ସଂକ୍ରମଣ ଦୂରିଭୂତ ହେଉ ବୋଲି ପ୍ରାର୍ଥନା କରାଯାଇଥିଲା । ଆଗକୁ କମିଟି ତରଫରୁ ନିଃଶୁଳ୍କ ବ୍ରତୋପୟ ଓ ଯଜ୍ଞ ଆୟୋଜନ କରାଯିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ