ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ରତନେଶ୍ୱରି ପାହାଡ଼: ପି ଡି

ସାନଖେମୁଣ୍ଡିର ଭି‌ତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ର ଗୁରୁତ୍ୱ

ସାନଖେମୁଣ୍ଡି, (ପ‌ଦ୍ମଲୋଚନ ପାଣି‌ଗ୍ରାହୀ): ସାନଖେମୁଣ୍ଡି ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଗଭୀରତା ର ସହ ପଦକ୍ଷେପ ନେଇଛି।ଅଞ୍ଚଳ ର ବିକାଶ ସହ ପର୍ଯ୍ୟଟନ ସ୍ଥଳୀ ପ୍ରକୃତି ଭରା ଐତିହ ଶକ୍ତିପୀଠ ର ବିକାଶ ମନୋରଞ୍ଜନ ପାଇଁ ସୌନ୍ଦର୍ଯ୍ୟଭରା ପ୍ରକୃତି ଜନସାଧାରଣ ଙ୍କ ଆମୋଦ ପ୍ରମୋଦ ପାଇଁ ଜିଲ୍ଲାପ୍ରସାସନ ଉଦ୍ୟମ କରିଛି।ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେଦତ୍ତାତ୍ରୟ ଭାଉ ସାହେବ ଗ୍ରସ୍ତ କରି ଅଂଚଳରେ ଜନସାଧାରଣ ଙ୍କ ଆବଶ୍ୟକ ମୌଳିକ ସମସ୍ୟା ଉର୍ଣ୍ଣାୟନ କାର୍ଯ୍ୟ ର ସମୀକ୍ଷା ବ୍ଲକ କାର୍ଯ୍ୟାଳୟ ରେ କରିଥିଲେ।ଏହାପରେ ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ପଂଚାୟତ ପାହାଡ଼ ଉପରେ ରହିଥିବା ସକ୍ତିପୀଠ ମା ରତନେଶ୍ୱରୀ ପରିଦର୍ଶନ କରିବା ପାଇଁ ଯାଇଥିଲେ।ଦୀର୍ଘ ୪ କିମି ପାହାଡ଼ କାଟି କାଟି ଅଙ୍କା ବଙ୍କା ରାସ୍ତା ଦେଇ ଶକ୍ତିପୀଠ ରେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ।ପ୍ରକୃତିଭରା ବନରାଜି ରେ ଲୁଚି ରହିଥିବା ରାଟନେଶ୍ୱରୀ ମନ୍ଦିର ର ପାରିପାର୍ଶ୍ବିକ ବିକାଶ କରିବା ସହ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇବା ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ।ପୂର୍ବରୁ ରତନେଶ୍ୱରୀପୀଠ କୁ ପାହାଡ଼ ଅତିକ୍ରମ କରି ଚଲାପଥ ରେ ଶ୍ରଦ୍ଧାଳୁ ଯାଉଥିବ ବେଳେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ପାହାଡ଼ କୁ କାଟି କାଟି ରାସ୍ତା ବାହାର କରିଥିବାରୁ ବିଡ଼ିଓ ଙ୍କୁ ଧନ୍ୟବାଦ ଜଣାଇଥିବା ଶୁଣିବାକୁ ମିଳିଥିଲା।ଏହି ରାସ୍ତା ର ଉର୍ଣ୍ଣତି ପାଇଁ ଟ୍ରନୀଙ୍ଗ ପଇଣ୍ଟ ଓ ବ୍ୟାରିକେଟ ପାଇଁ ପଞ୍ଚଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରିଥିବା କହିଲେ।ଏହା ସହ ମନ୍ଦିର ନିର୍ମାଣ,କମ୍ୟୁନିଟି ହଲ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ବୋଲି କହିଥିଲେ। ଶକ୍ତିପୀଠ କୁ ପାନୀୟ ଜଳ ,ଆଲୋକ ର ବ୍ୟବସ୍ତା ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ବିଡ଼ିଓ ଙ୍କୁ ପରାମର୍ସ ଦେଇଥିଲେ।ପିଡ଼ି ଙ୍କ ଗ୍ରସ୍ତ ବେଳେ ବିଡିଓ ଗାଯାତ୍ରୀଦତ୍ତ ନାୟକ, ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ,ଏ ପି ଓ ଅରୁଣ ସ୍ୱାଇଁ,ସରପଞ୍ଚ ନିରାକାର ପ୍ରଧାନ,କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ପ୍ରଧାନ,ପ୍ରମୁଖ ଉପସ୍ଥିତ ରହିଥିଲେ।ଗତ ୧୧ ତାରିଖ ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ରାତନେଶ୍ୱରୀ ପାହାଡ଼ କୁ ଯାଇ ମା ଙ୍କ ଶକ୍ତିପୀଠ ର ପାରିପାର୍ଶ୍ବିକ ବିକାଶ ଉପରେ ଆଲୋଚନା କରିଥିଲେ।ରାସ୍ତା ର ଉର୍ଣ୍ଣତୀକରଣ ପାଇଁ ଅନୁଦାନ ପ୍ରଦାନ ପିଂ ମତପ୍ରକାଶ କରିଥିଲେ।ମାସକ ମଧ୍ୟ ରେ ଜିଲ୍ଲାପାଳ,ପି ଡି ସାନଖେମୁଣ୍ଡି ଗ୍ରସ୍ତ ଯୋଗୁଁ ବିକାଶ ଧାରା ଗତିଶୀଳ ହେବା ଆସା ରଖିଥିବା ଅଞ୍ଚଳବାସି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ