ନାଉଗାଁରୁ ବ୍ରାଉନ ସୁଗାର ଜବତ: ଗାଡି ସହ ଯୁବକ ଅଟକ

ନାଉଗାଁ, (ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାସ୍ଥିତ ମୁଣ୍ଡାଳୋ ନିକଟରୁ ଶୁକ୍ରବାର ସକାଳ ସମୟରେ ନାଉଗାଁ ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ କରାଯିବା ସହ ଜଣେ ଯୁବକକୁ ଗିରଫ କରିଛି । ଏହା ସହିତ ଯୁବକଟି ବ୍ୟବହାର କରୁଥିବା ରୟାଲ ଏନଫିଲଡ ଗାଡି (ଗାଡି ନମ୍ବର ଓଡି୦୫ଏକ୍ୟୁ ୩୬୪୪)କୁ ମଧ୍ୟ ଜବତ କରାଯାଇଛି । ଯୁବକ ଜଣକ ନାଉଗାଁ ପଂଚାୟତ କୋକିଢିହ ଗାଁର ରଂଜିତ ଦାସ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ନାଉଗାଁ ଅଂଚଳକୁ ବ୍ରାଉନ ସୁଗାର ଆସୁଥିବା ବିଷୟରେ ନାଉଗାଁ ଆଇଆଇସି ଭରତ କୁମାର ବେହେରା ବିଶେଷ ସୂତ୍ରରୁ ଖବର ପାଇ ହାବିଲଦାର ପବିତ୍ରମୋହନ ପରିଜା, ନିରଂଜନ ଭୋଳ, କାଲୁ ଚରଣ ସିଂଙ୍କ ସମେତ ସଦଳବଳେ ଚଢାଉ କରି ଉକ୍ତ ଯୁବକକୁ କାବୁ କରି ନେଇଥିଲେ । ଉକ୍ତ ଯୁବକ ନିକଟରୁ ୧୦୦ଟି ପୁଡିଆ ବାହାରିଥିଲା । ଉକ୍ତ ପୁଡିଆକୁ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା,ଏଏସଆଇ ଅଶୋକ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଖୋଲା ଯିବା ପରେ ବ୍ରାଉନ ସୁଗାର ବୋଲି ଜଣାଯାଇଥିଲା । ଉକ୍ତ ବ୍ରାଉନ ସୁଗାରକୁ ଓଜନ କରାଯିବା ପରେ ୫ ଗ୍ରାମ ଥିବା ଜଣାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି । ଅଧିକ ତଦନ୍ତ ପାଇଁ ଯୁବକକୁ ପଚରା ଉଚରା କରାଯାଉଥିବା ବେଳେ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ