ସବୁଠି ‘ ନୋ ମାସ୍କ ନୋ ଏଂଟ୍ରି’ : କରୋନା ପାଇଁ ମାସ୍କ ଓ ସାନିଟାଇଜର ଚାହିଦା ବଢୁଛି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଆବାଳ ବୃଦ୍ଧ ବନିତା ସମସ୍ତେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସକାଶେ ଭୟଭୀତ । ଗତ ୧ବର୍ଷ ଧରି ପ୍ରାୟ ସମସ୍ତେ କରୋନାରେ କବଳିତ । କରୋନ ଭୁତାଣୁ ସଂକ୍ରମଣୁ ରକ୍ଷା ପାଇବା ଲାଗି ମାସ୍କ ହିଁ ଏକମାତ୍ର ରକ୍ଷା କବଚ । ଗତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ଆରମ୍ଭ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । ଗତ ବର୍ଷ କରୋନା ଆରମ୍ଭ ସମୟରେ ମାସ୍କ ବ୍ୟବହାରର ଲାଭ ଜାଣନଥିବା ଲୋକମାନେ ମଧ୍ୟ ମାସ୍କ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛିଲା । ଏପରିକି ପ୍ରାୟ ଶତ ପ୍ରତିଶତ ଲୋକେ ମାସ୍କ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଥିଲା । ଏକଦା ଗ୍ରୀନ ଜୋନ ଭାବେ ପରିଚିତ ଥିବା ଗଞ୍ଜାମ ଜିଲ୍ଲା ଓଡ଼ିଆ ପ୍ରବାସୀଙ୍କ ପେରିବାର ସୁଅ ଛୁଟିବା ପରେ ରେଡ଼ ଜୋନରେ ପରିଣତ ହୋଇଥିଲା । ବିଗତ ଦିନରେ କରୋନାର ଗଡ଼ ଥିବା ଗଞ୍ଜାମ ଜିଲ୍ଲାକୁ ପୁଣି କରୋନା ଲେଉଟିଛି । ଏଥି ପାଇଁ ସମସ୍ତଙ୍କ ମନରେ ଛନକା ପଶିଛି । ଗତବର୍ଷ କରୋନା ପ୍ରକୋପ କମିବା ପରେ ଲୋକେ ମାସ୍କ ଓ ସାନିଟାଇଜର ବ୍ୟବହାର ଭୁଲି ଯାଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଲୋକେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି । ଯାହାରି ଫଳରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ମାସ୍କ ଓ ସାନିଟାଇଜରର ବହୁଳ ବ୍ୟବହାର ହେଉଥିବା ବେଳେ ମାସ୍କ ଓ ସାନିଟାଇଜରର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ମାସ୍କ ଓ ସାନିଟାଇଜର ବ୍ୟବସାୟ ମାନ୍ଦା ହୋଇପଡ଼ିଥିବା ବେଳେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁର୍ନବାର ମାସ୍କ ଓ ସାନିଟାଇବଜାର ବ୍ୟବସାୟ ଆଶାତୀତ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କରୋନାକୁ ପ୍ରତିହିତ କରିବା ପାଇଁ ସ୍ଥାନୀୟ ପୌର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସ୍ଥାନୀୟ ସହରବାସୀଙ୍କୁ ସଚେତନ କରାଯିବା ସହ ବିନା ମାସ୍କରେ ଯାତାୟତ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଏପରିକି ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ଓ ଧର୍ମିକ ଅନୁଷ୍ଠାନ ଗୁଡ଼ିକରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ଲେଖାଥିବା ବୋର୍ଡ଼ ଟଙ୍ଗା ଯାଇଥିବା ବେଳେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ମାସ୍କ ନାହିଁତ ଜିନିଷ ନାହିଁ ବୋର୍ଡ଼ ଟଙ୍ଗାଯାଇଥିବାର ଦେଖିବାକୁ ମିଳିଛି । ଏଥି ସହ ସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନଙ୍କୁ ପଂଚସୂତ୍ରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ