ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଭଞ୍ଜନଗର, ( ସନ୍ତୋଷ ଜେନା ): ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ସରକାରଙ୍କ ତରଫରୁ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଏବଂ ଜୋତା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି I ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ଦିଆଯାଉଥିବା ବେଳେ ଆଜି ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ତିଳିସିଙ୍ଗି କ୍ଲଷ୍ଟର୍ ର ଲେମ୍ଭାଇ ସ୍ଥିତ ପ୍ରହଲ୍ଲାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବର ଆୟୋଜନ କରାଯାଇ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା 183 ଜଣ ଛାତ୍ରଛାତ୍ରୀଙ୍କୁ ଏକ ହଳ ପୋଷାକ,ଜୋତା ଏବଂ ଦୁଇ ହଳ ମୋଜା ପ୍ରଦାନ କରାଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହରିବନ୍ଧୁ ପ୍ରଧାନ ଯୋଗ ଦେଇ ସମୃଦ୍ଧ ପ୍ରାଥମିକ ଶିକ୍ଷା ହିଁ ରାଷ୍ଟ୍ର ଗଠନର ଭିତ୍ତିଭୂମି ପ୍ରତିଷ୍ଠା କରିଥାଏ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଦେବଦତ୍ତ ପ୍ରଧାନ ଏବଂ ସାମରଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସେଠୀ ଯୋଗ ଦେଇ ପ୍ରାଥମିକ ଶିକ୍ଷା ପାଇଁ ଥିବା ସରକାରୀ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସେଠୀ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ନିଗମାନନ୍ଦ ପ୍ରଧାନ, କୃଷ୍ଣ ଚନ୍ଦ୍ର ବେହେରା, ବିକାଶ ପ୍ରସାଦ ଖୁଣ୍ଟିଆ, ଶିକ୍ଷୟିତ୍ରୀ ଆରତୀ କୁମାରି ବେହେରା ଏବଂ ପ୍ରିୟଦର୍ଶିନୀ ନାୟକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ନିଗମାନନ୍ଦ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ