ଅଗ୍ନି ବିପନ୍ନଙ୍କୁ ସହାୟତା

ହାଟଡ଼ିହି (ବିକାଶ ବିଶ୍ୱାଳ),ଗତ ଦୁଇଦିନ ତଳେ ହାଟଡିହି ବ୍ଲକ ଆମ୍ବୋ ଗ୍ରାମଘେଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ବିପନ୍ନ ହୋଇପଡିଥିବା ୧୧ଟି ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଗତକାଲି ତହସିଲ ପକ୍ଷରୁ ତହସିଲଦାର କିର୍ତ୍ତନ ବିହାରୀ ଓଝା, ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସାମଲ, ପୁରସ୍ତମ କୁଅଁର ପ୍ରମୁଖ ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଇଁ ପାଇଁ ପଲିଥିନି ଓ ଆର୍ôଥକ ସହାୟତା ପ୍ରଦାନ କରିଥିଲେ । ବ୍ଲକ ପକ୍ଷରୁ ବିଡିଓ ଜୟଦେବ ଦାସ, ଯୋଗାଣ ଅଧିକାରୀ ଶ୍ୟାମମାଝି ବିପନ୍ନଙ୍କ ପାଖରେ ପହଞ୍ଚି କ୍ଷୟକ୍ଷତି ଅନୁୂଧ୍ୟାନ କରିବା ସହିତ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା ସହିତ ଚୁଡା, ବିସ୍କୁଟ ଆଦି ବଣ୍ଟନ କରିଥିଲେ । ସେହିପରି ଆଜି ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହିତ ଚୁଡା, ଚିନି, ବିସ୍କୁଟ, ଶାଢ଼ୀ, ଲୁଙ୍ଗି, ଗାମୁଛା ଆଦି ବଣ୍ଟନ କରିଥିଲେ । ଏହି ପ୍ରତିନିଧି ଦଳରେ ବିଜେପି କିଷାନ ମୋର୍ଚ୍ଚାର ଉପାଧ୍ୟକ୍ଷ ମହେଶ୍ୱର ସାହୁ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ମଧୁସୁଦନ ରାଉତ, ଜିଲ୍ଲା ଉପସଭାପତି ନିରାକାର ଦଳେଇ, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସନ୍ତୋଷ ଜେନା, ଶଶିକାନ୍ତ ରାଉତ, ପ୍ରଶାନ୍ତ ମହାପାତ୍ର, ଭରତ ମିଶ୍ର, ବେଣୁଧର ଜେନା, ପ୍ରୀୟବ୍ରତ ଜେନା ପ୍ର୍ରମୁଖ ସାମିଲ ଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୫ତାରିଖ ଦିନ ୧୧ଟାବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୧ଟି ପରିବାରର ୪୦ରୁ ଉର୍ଦ୍ଧ ବଖରା ଘର ଜଳିଯିବା ସହିତ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଥିଲା । କେବଳ ପିନ୍ଧାବସ୍ତ୍ର ଖଣ୍ଡିକ ବ୍ୟତିତ ଆଉ କାହାର କୌଣସି ସାମଗ୍ରୀ ଉଦ୍ଧାର ହୋଇପାରିନଥିଲା । ଫଳରେ ଏହି ପରିବାର ଗୁଡିକ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ସମ୍ପୁର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାପାଇଁ ବରିଷ୍ଠ ବିଜେପି ନେତାମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ