“ମୁଁ ସବ୍ୟସାଚୀଙ୍କ ଜୀବନକୁ ମାଟି କରିଦେଇଛି’
ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ । ପ୍ରକୃତରେ ଏହା ରିଏଲ ନୁହଁ ବରଂ ରିଲର କାହାଣୀ । ଓଲିଉଡ୍ ଷ୍ଟାର ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଅଭିନୀତି ଫିଲ୍ମ “ମାଲ ମହୁ ଜୀବନ ମାଟି’ ଫିଲ୍ମ ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ୍ ହେଉଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲିନା ସାମନ୍ତରାୟ ଫିଲ୍ମର ବିଷୟବସ୍ତକୁ ନେଇ ସମ୍ୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଫିଲ୍ମରେ ସବ୍ୟସାଚୀ ମାଇକେଲ ଭୂମିକାରେ ଅଭିନୟ କରିଛନ୍ତି । ମୁଁ ହେଉଛି ରାଧିକା । ମାନେ ଫିଲ୍ମର ମାଲ ମହୁ । ମୁଁ ମାଇକେଲଙ୍କ ଜୀବନ ତଥା ସବ୍ୟସାଚୀଙ୍କ ଜୀବନ ମାଟି କରିଦେଉଛି । ମାନେ କାହାଣୀରେ ରାଧିକା ହେଉଛି ସୁପରଷ୍ଟାର । ଆଉ ଏହି ସୁପରଷ୍ଟାରଙ୍କ ଫ୍ୟାନ୍ ହୋଇଯାଉଛନ୍ତି ମାଇକେଲ । ଆଉ ତାଙ୍କୁ ଫ୍ୟାନ କରି ରାଧିକା ତା’ର କେମିତି ଫାଇଦା ଉଠାଉଛନ୍ତି ଏବଂ ତାଙ୍କ ଜୀବନକୁ ମାଟି କରିଦେଉଛି ତାହା ଫିଲ୍ମରେ ଦର୍ଶାଯାଇଛି ବୋଲି ଏଲିନା କହିଛନ୍ତି । “ଆମର ମ୍ୟୁଜିକ୍’ ନିବେଦିତ ଓ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମରେ ବିଷ୍ଣୁ ସାହୁ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା । ଫିଲ୍ମର ନାୟିକା ଏଲିନା ସାମନ୍ତରାୟ ହୋଇଥିବାବେଳେ ବିଷ୍ଣୁ ସାହୁଙ୍କ ପୁଅ ତଥା ନାୟକ ଭାବେ ସବ୍ୟସାଚି ମିଶ୍ରଙ୍କୁ ଦେଖିବାକୁ ମିଳିବ ।


