ବିଭିନ୍ନ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ବୁଗୁଡା(ଅନିଲ ମହାରଣା): ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବୁଗୁଡା ବ୍ଳକର ବିଭିନ୍ନ ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବିଭିନ୍ନ ଗ୍ରାମରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଧାୟକ ଶ୍ରୀ ସାହୁ ବୁଗୁଡା ବ୍ଲକର ଚଢ଼ିଆପଲ୍ଲୀ, ନଗୁଡୁ, ଭୋଗଡା, ମାଣିତରା, ମକରାପଲ୍ଲୀ, ବେଠିଆ ବୋରଦା, ପୋଚାଲୁଣ୍ଡି ଓ ରାମଗଡ଼ ଆଠ ଗୋଟି ଗ୍ରାମରେ ଶତପ୍ରତିଶତ ପରିବାରଙ୍କ ଘରକୁ ପାଇପ ପାଣି ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କେତେକ ପ୍ରକଳ୍ପ ଉଦଘାଟନ କରିଥିଲେ। ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ନବଘନ ନାୟକଙ୍କ ଦ୍ଵାଦଶ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ମଧ୍ୟ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା ସହ ସମବେଦନା ଜଣାଇଥିଲେ। ବିଧାୟକଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବୁଗୁଡା ନଗର ସଭାପତି ରାଜେନ୍ଦ୍ର କୁମାର ପାଢୀ, ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, କୃଷ୍ଣ ଚନ୍ଦ୍ର ରା, ସୁଧାଂଶୁ ଶେଖର ପାଢ଼ୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଅଧିବକ୍ତା ରବୀନ୍ଦ୍ର କୁମାର ପଣ୍ଡା, କେ.ତ୍ରିଲୋଚନ ଦୋରା ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ