ନାଇଟ କର୍ଫ୍ୟୁ ପାଳନ ପାଇଁ ପୋଲିସ ପ୍ରଶାସନ ତାଗିଦ

ଧାମନଗର(ସନ୍ତୋଷ କୁମାର ପ୍ରଧାନ): ରାଜ୍ୟର କୋଭିଡ ଦ୍ୱିତୀୟ ଲହରୀ ବଢିଚାଲୁ ଥିବା ବେଳେ ଏ ନେଇ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଘୋଷଣା କରିଛନ୍ତି। ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସଖାଳ ୫ଟା ଆଉ ୨୦ଟି ଜିଲ୍ଲା ରେ ରାତି ୯ଟାରୁ ସଖାଳ୫ ଯାଏ କେବଳ ମୁନିସପାଲିଟି ଓ ଏନଏସି ଅଞ୍ଚଳରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ଗତ ଶନିବାର ଧାମନଗର ଏନଏସି ଅଞ୍ଚଳରେ ନାଇଟ କର୍ଫ୍ୟୁ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଡ଼ାକ ବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା। ରାତି ୯ଟା ରେ ପୋଲିସ ପ୍ରଶାସନ ପକ୍ଷରୁ ଧାମନଗର ଏସଡିପିଓ ଅଶୋକ କୁମାର ଦାସ, ଆଇଆଇସି ରତିକାନ୍ତ ଗିରି,ଏନଏସି ନିବାହି ଅଧିକାରୀ ଜାତୀନ୍ଦ୍ର କୁମାର ମିଶ୍ରଙ୍କ ସମେତ ପୋଲିସ ବାହିଁନ ସଦଳବଳେ ଥାନା ପରିସରରୁ ବାହାରି ସାନ ଓ ବଡ ବଜାର,ମେଡିକାଲ ବଜାର ସମତେ ଏନଏସ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ କରୁନା ର ଦ୍ୱିତୀୟ ଲହର ସମ୍ପର୍କରେ ସଚେତନ କରିବା ସହିତ ନାଇଟ କର୍ଫ୍ୟୁ ପାଳନ କରିବା ପାଇଁ କହିଥିଲେ। ଏହି ଆଇନ ଉଲଂଘନ କଲେ ଦ୍ରୁଡ଼ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୁଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ