କରୋନା ଭୟାବହତା : ୩୦ ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କୋର୍ଟ କାର୍ଯ୍ୟ ବନ୍ଦ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ):କରୋନା ସଂକ୍ରମଣର ଦିତୀୟ ଲହରୀ ଭୟାବହତା ସମସ୍ତଙ୍କୁ ଥରହର କରି ଦେଇଛି । ରାଇରଙ୍ଗପୁର ଉପଖଣ୍ଡ କାରାଗାରରେ କିଛି ଦିନ ୧୬ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇ ଜେଲର ଆଇସୋଲେସନ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ । ସେହିଭଳି ରାଇରଙ୍ଗପୁର ସହର ସମେତ ଆଖପାଖ ବିଭିନ୍ନ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ।ଏଭଳି ଭୟାବହ ପରିସ୍ଥିତି ରେ ଓକିଲ ମାନଙ୍କ ଏବଂ କ୍ଲାଏଣ୍ଟ ମାନଙ୍କ ଅମୂଲ୍ୟ ଜୀବନ ସୁରକ୍ଷା ନେଇ ରାଇରଙ୍ଗପୁର ଓକିଲ ସଂଘ ତରଫରୁ ଗତ ସପ୍ତାହ କାର୍ଯ୍ୟ ବନ୍ଦ କରାଯାଇଥିଲା । କିନ୍ତୁ ପରିସ୍ଥିତି ଦିନକୁ ଦିନ ବିଗୁଡିଥିବାରୁ ରାଇରଙ୍ଗପୁର ଓକିଲ ସଂଘ ତରଫରୁ ପୁନଃ ଏହାକୁ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ନିଷ୍ପତ୍ତି ନିଆଯାଇଛି ।ତଦସହ ଏଥିପାଇଁ ଓକିଲ ସଂଘ ତରଫରୁ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଙ୍କୁ ଲିଖିତ ଅନୁରୋଧ କରିଛନ୍ତି ।