ପ୍ରବଳ ବର୍ଷାରେ ଏକ ଦଳିତ ପରିବାରର ଘର ଭାଙ୍ଗିିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ପ୍ରବଳ ବର୍ଷାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଏକ ଦଳିତ ପରିବାରର ଘର ଭାଙ୍ଗିବାକୁ ଉଦ୍ୟମ କରାଯାଇଥିବା ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ସଂପୃକ୍ତ ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ପୋହଳ ଗ୍ରାମର ସୂର୍ଗତ ରାମଚନ୍ଦ୍ର ମଳିକଙ୍କ ପୁଅ ୨ବୃଦ୍ଧ ଅଚ୍ୟୁତାନନ୍ଦ ମଳିକ ଓ ପ୍ରହଲ୍ଲାଦ ମଳିକଙ୍କ ଘରକୁ ଭାଙ୍ଗିଦେବା ପାଇଁ ଗୁରୁବାର ପ୍ରବଳ ବର୍ଷା ସତ୍ୱେ ପଟ୍ଟାମୁଣ୍ଡାଇ ତହସିଲଦାର ପୋଲିସ ଫୋର୍ସ ଓ ଡ୍ରୋଜର ସହିତ ପହଁଚି ସେମାନଙ୍କ ଘରକୁ ଭାଙ୍ଗିଦେବାକୁ ଉଦ୍ୟମ କରିଥିବା ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ସେହି ଦୁଇପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପିଡିତ ପରିବାର ପକ୍ଷରୁ ପ୍ରବଳ ବର୍ଷାରେ ଅଚ୍ୟୁତାନନ୍ଦ ମଳିକ ଓ ପ୍ରହଲ୍ଲାଦ ମଳିକଙ୍କ ଭଳି ୨ ପାରାଲିସିସରେ ଆକ୍ରାନ୍ତ ବୃଦ୍ଧଙ୍କୁ ନେଇ ସେମାନେ କୁଆଡେ ଯିବେ ବୋଲି ପଚାରିବାରେ ଦୀର୍ଘ ସମୟପରେ ତହସିଲଦାର ସେମାନଙ୍କୁ ୭ଦିନ ସମୟ ଭିତରେ ସେଠାରୁ ଘର ଛାଡି ଅନ୍ୟତ୍ର ପଳାଇଯିବାକୁ ନିର୍ଦେଶ ଦେଇ ସ୍ଥାନ ଛାଡିଥିବା ପିଡିତ ପରିବାର ପକ୍ଷରୁ କୁହାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ରାମଚନ୍ଦ୍ର ମଳିକ ପିତା -ହାଡିବନ୍ଧୁ ମଳିକଙ୍କ ନାମରେ ଖତିୟାନ ପ୍ରଚାର ହୋଇଥିବା ପୋହଳ ମୈାଜାର ଖାତା ନମ୍ବର ୨୪୪,ପ୍ଲଟ ନମ୍ବର ୩୯୨ ଏରିଆ ଏ୦.୦୬୦ କିଷମ ରାସ୍ତା ଥିବା ଜମି ଉପରେ ସୂର୍ଗତ ରାମଚନ୍ଦ୍ରଙ୍କ ୨ ପୁଅ ଅଚ୍ୟୁତାନନ୍ଦ ଓ ପ୍ରହଲ୍ଲାଦ ପ୍ରାୟ ୪୦ବର୍ଷରୁ ଉଦ୍ଧ୍ୱର୍ ହେବ ଘରକରି ବାସ କରି ଆସୁଥିବା ବେଳେ ସେମାନଙ୍କୁ କୈାଣସି ନୋଟିସ ନପଠାଇ ହଠାତ ଘର ଭାଙ୍ଗିବା ପାଇଁ ପ୍ରବଳ ବର୍ଷା ସତ୍ୱେ ପୋଲିସ ଫୋର୍ସ ସହିତ ତହସିଲଦାର ପହଁଚି ଘରଭାଙ୍ଗିବାକୁ ଉଦ୍ୟମ କରିବା ସେମାନଙ୍କ ମାନବିକ ଅଧିକାରକୁ କ୍ଷୂର୍ଣ୍ଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ସେହି ଗ୍ରାମର ସରକାରୀଜମି ଉପରେ ସବର୍ଣ୍ଣ ଜାତିର କେତେକ ପ୍ରଭାବଶାଳି ବ୍ୟକ୍ତି ଜବରଦଖଲକରି କୋଠାଘର ନିର୍ମାଣ କରିଥିବା ବେଳେ ସେମାନଙ୍କ ଘରକୁ ଭଙ୍ଗାଯାଉନଥିବା ବେଳେ ତାଙ୍କ ଭଳି ଦଳିତ ବର୍ଗର ଲୋକଙ୍କ ଘରକୁ ଭଙ୍ଗା ଯିବାର ଉଦ୍ୟମ ହୋଇଛି । ଏତଦଭିନ୍ନ ସେମାନେ ଅଭିଯୋଗ କରିଛନ୍ତି ଯେ ବିଛଣାରେ ପଡିଥିବା ପାରାଲିସିସ ରୋଗୀ ଅଚ୍ୟୁତାନନ୍ଦଙ୍କୁ ଘରେ କେହିନଥିବାର ସୁଯୋଗନେଇ ତାଙ୍କ ଘର ଭଙ୍ଗା ହେବନି କହି ଏକ ସାଧା କାଗଜରେ ସ୍ୱାକ୍ଷର କରାଇନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ଜିଲ୍ଲାପାଳ ଶ୍ରୀ ବର୍ମା ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ