ଛାତ୍ରୀଙ୍କ ଆଖି ନଷ୍ଟ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ଦଶପଲ୍ଲା ନଛିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ମିଳିଥିବା ଖବର ଅନୁଯାୟୀ ଚନ୍ଦ୍ରକାନ୍ତ ଗୋଛିଙ୍କ ୬ ବର୍ଷ ର ଝିଅ ଆଖିରେ ହେଡ୍ କ୍ଲିପ ବାଜି ଆଖି ଲାଲ ପଡିଯିବାରୁ ତାଙ୍କୁ ପରିବାର ଲୋକେ ସଂଗେ ସଂଗେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ । ସେଠାରେ ଡାକ୍ତର ଡ୍ରପ ଲେଖିଥିଲେ । ଏହା ପରେ ଡାକ୍ତର ତାଙ୍କୁ ଭୂବନେଶ୍ୱର ରେଫର କରିଥିଲେ । କାନର ଡ୍ରପ ଆଖିରେ ପଡିଥିବାରୁ ଏହି ଭଳି ହୋଇଥିବା କହିଛନ୍ତି ପରିବାର ଲୋକେ । ସେପଟେ ନୟାଗଡ ନିରାମୟରେ ଡାକ୍ତର ଠିକ ମେଡିସିନ ଦେଇଥିବା କହିଛନ୍ତି । ଆଖି ନଷ୍ଟ କିପରି ହେଲା ତାହା ବର୍ତ୍ତମାନ ରହସ୍ୟ ଘେରରେ ରହିଛି ତାହାର ପ୍ରକୃତ କାରଣ ଧରାପଡିନାହିଁ ତଦନ୍ତ ହେଲେ ତାହା ସ୍ପଷ୍ଟ ହେବ ।