ଜେଫ ବେଜୋସ ବିଶ୍ୱର ନଂ୧ ଧନୀ, ନଂ୨କୁ ଖସିଲେ ବିଲ୍‌ ଗେଟସ

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ ପୁଣି ଥରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରେ ୧ ନମ୍ୱର ସ୍ଥାନ ପାଇଛନ୍ତି । ୨୦୧୮ରେ ଆମଜନର ପ୍ରତିଷ୍ଠାତା ଜେଫ ବେଜୋସ ମୋଟ ସମ୍ପତ୍ତି ୧୬୦୦୦ କୋଟି ଡ଼ଲାର ହୋଇଥିଲା, ଯାହାଫଳରେ ସେ ବିଲ ଗେଟସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ହଟାଇ ସେ ୧ ନମ୍ୱର ସ୍ଥାନ ପାଇଥିଲେ । ସୂଚନାଯୋଗ୍ୟ ୨୦୧୮ ପୂର୍ବରୁ ବିଲ ଗେଟସ କ୍ରମାଗତ ୨୪ ବର୍ଷ ପର୍ଯ୍ୟନ୍ତ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ରହିଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ବେଜୋସଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସଙ୍କୁ ସେ ଛାଡପତ୍ର ଦେଇଛନ୍ତି । କ୍ଷତିପୂରଣ ବାବଦକୁ ତାଙ୍କୁ ୩୬୦୦ ବିଲିୟନ ଡ଼ଲାର ଦେବାକୁପଡିଛି I ଫଳରେ ବେଜୋସଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇଏବେ ୧୦୩୯୦ କୋଟି ଡ଼ଲାର ହୋଇଛି । ଅନ୍ୟପକ୍ଷରେ ବିଲ ଗେଟସଙ୍କ ମୋଟ ସମ୍ପତ୍ତି ୧୦୫୭୦ କୋଟି ଡ଼ଲାର ହୋଇଥିବାରୁ ସେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ