ରଣବୀରଙ୍କ ସହ ବିବାହକୁ ନେଇ ମୁହଁ ଖାଲିଲେ ଆଲିଆ
ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି । ନିକଟରେ ଉଭୟଙ୍କ ବିବାହକୁ ନେଇ ଏକ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଉକ୍ତ କାର୍ଡରେ ଥିବା ସ୍ପେଲିଙ୍ଗ ମିଷ୍ଟେକ କହିଥିଲା ଯେ ଏହା ହେଉଛି ଏକ ଫେକ୍ କାର୍ଡ । ଏହି ବିବାହକୁ ନେଇ ଏବେ ଆଲିଆ ମୁହଁ ଖାଲିଥିବା ଜଣାପଡିଛି । ନିକଟରେ ସେ ରଣବୀରଙ୍କୁ ଦେଖା କରିବାକୁ ବିଦେଶ ଯାଇଥିବା ବେଳେ ଫେରିବା ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଉ ଦେଉ ବିବାହ କଥା ମଧ୍ୟ କହିଥିଲେ । ଆଲିଆ କହିଥିଲେ ନିକଟରେ ଏକ କାର୍ଡ ଭାଇରାଲ ହୋଇଥିଲା ବୋଲି ଆପଣମାନେ କହୁଛନ୍ତି । ଏହା ଯେମିତି ଏକ ଉଡା ଖବର ଥିଲା ଠିକ୍ ଆମ ବିବାହ ଖବର ମଧ୍ୟ ଉଡା ବୋଲି ସେ କହିଛନ୍ତି । ଯଦିଓ ଏମାନେ ବିବାହ କରିବେ ବୋଲି ଅନୁମାନ କରାଯାଉଛି ତଥାପି ନିକଟରେ ଆଲିଆଙ୍କ ମା’ ମଧ୍ୟ ଏହାକୁ ସ୍ୱୀକାର କରି ନ ଥିଲେ । ତେଣୁ ଯେ ପର୍ଯ୍ୟନ୍ତ ଏମାନେ ବିବାହକୁ ନେଇ ସ୍ପଷ୍ଟ ଖବର ଦେଇ ନାହାଁନ୍ତି ସେପର୍ଯ୍ୟନ୍ତ ଏମାନଙ୍କ ରିଲେସନଶିପ ଚର୍ଚ୍ଚାରେ ରହିବ ।


