ଭଙ୍ଗା ହାଡକୁ ଯୋଡେ ଗୋଲମରିଚ

ବେଳେବେଳେ କେଉଁଠି ମାଡ ହେଉ ଅବା ଦୁର୍ଘଟଣା ଘଟିଲେ ଶରୀରର ବିଭିନ୍ନ ଅଞ୍ଚଳରେ ଥିବା ହାଡ ଭାଙ୍ଗିଯାଏ । ଯାହା ଦ୍ୱାରା ଅତ୍ୟଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ । ହେଲେ ଘରୋଇ ଉପାର ମାଧ୍ୟମରେ ଏହି ହାଡକୁ ଯୋଡିବା ସହଜ ହୋଇଥାଏ । କିଛି ଦିନ ଧରି ଯଷ୍ଟିମଧୁ ଓ ତେନ୍ତୁଳିକୁ ଏକାଠି କରି ବାଟି ଏହାର ପେଷ୍ଟ ତିଆରି କରି ଭାଙ୍ଗି ଯାଇଥିବା ହାଡ ଉପରେ ପ୍ରଲେପ ଦେବା ସହ ଏହାକୁ ଏକ କପଡାରେ ବାନ୍ଧି ରଖିଲେ ଖୁବ ଶୀଘ୍ର ଏହା ଯୋଡି ହୋଇଯିବ ।
ଗୋଲମରିଚ ଗୁଣ୍ଡ ସହ ସାମାନ୍ୟ କାକ ଗଙ୍ଗା ବୁଟି ମିଶାଇ ଦିନକୁ ୩ ରୁ ୪ ଥର ପିଇଲେ ଭାଙ୍ଗି ଯାଇଥିବା ହାଡ ଶୀଘ୍ର ଯୋଡି ହୋଇଯିବ ବୋଲି ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି ।
ଗୋଟିଏ ପିଆଜର ପେଷ୍ଟ ସହ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଏକ ପୋଟଳି ବାନ୍ଧି ଏହାକୁ ଗରମ ସୋରିଷ ତେଲ ବୁଡାଇ ସେକ ଦେଲେ ହାଡ ଭଙ୍ଗା ଜନିତ ଯନ୍ତ୍ରଣା ଉପଶମ ହେବା ସହ ହାଡ ଯୋଡି ହୋଇଥାଏ । ଏହା କରିବା ପୂର୍ବରୁ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଭଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ