ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ
ବେଲଗୁଣ୍ଠା, ( ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ରୋଗୀ ୪୯ନଂ ଜିଲ୍ଲା ପରିଷଦ ସଭ୍ୟା ତଥା ଗାଙ୍ଗପୁର ଓ ପାଇଲିପଡା ରୋଗୀ କଲ୍ୟାଣ ସମିତିର ଚେୟାର ପର୍ସନ ଲକ୍ଷ୍ମୀ ବେହେରାଙ୍କ ସଭାପତିତ୍ୱରେ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ପାଇଲିପଡା ଓ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଗଭର୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବେଲଗୁଣ୍ଠା ବ୍ଲକ ମେଡିକାଲ ଅଫିସର ଇନ୍ ଚାର୍ଜ ତଥା ରୋଗୀ କଲ୍ୟାଣ ସମିତିର କୋ ଚେୟାର ପେର୍ସନ୍ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ ପାଇଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତଥା ଆର୍ କେ ଏସ୍ ର ସମ୍ପାଦକ ଡାଃ ସରୋଜ ପ୍ରଧାନ, ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ପାଦକ ଡାଃ ପାଣ୍ଡବ ସ୍ୱାଇଁ ଯୋଗ ଦେଇ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ସମାସ୍ୟାକୁ କିଛି ମାତ୍ରାରେ ଆର୍.କେ.ଏସ୍ ଦ୍ବାରା ସମାଧାନ କରିବା ସହ ଅନ୍ୟ ସମାସ୍ୟା ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଗତ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଉପରେ ବି.ପି.ଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ ସୁଚନା ଦେଇଥିଲେ ।ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏଲୋପ୍ୟାଥିକ୍ ଡାକ୍ତର,ଆଟେଣ୍ଡାଣ୍ଟ୍ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ ବହୁ ଦିନ ଧରି ଖାଲି ପଡିଥିବାରୁ ଏ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖାଯାଇଥିଲା ।ରୋଗୀ ଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା,୨୪ଘଣ୍ଟିଆ ବିଦ୍ୟୁତ୍ ସେବା ପାଇଁ ବ୍ୟାଟେରୀ ଓ ଇନ୍ ଭର୍ଟର ବ୍ୟବସ୍ଥା, ପରିବେଶ ସଫା ରଖିବା, ସ୍ୱାସ୍ଥ୍ୟ କେନ୍ଦ୍ରରେ ନାମ ଫଳକ ଲଗାଇବା, ନିରାମୟ ଔଷଧ ରୋଗଙ୍କୁ ସୁବିଧାରେ ଯୋଗାଇ ଦେବା,ମେଡିକାଲରେ ରଙ୍ଗ ଦେବା, କର୍ମଚାରୀ ମାନଙ୍କ ଗାଡି ସାଇକେଲ ପାର୍କିଂ ବ୍ୟବସ୍ଥା ଭଳି ବହୁ ଗୁରତ୍ୱପୁର୍ଣ ନିଷ୍ପତ୍ତି ନିଆଯାଇଥିଲା ।ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିକୁ ବାର୍ଷିକ୬୫୦୦୦ଟଙ୍କା ସରକାର ଯୋଗାଇ ଦେଉଛନ୍ତି ଯାହାକି ସମାସ୍ୟା ସମାଧାନ ପାଇଁ ପର୍ୟ୍ୟାପ୍ତ ନୁହେଁ ତେଣୁ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମାନେ ଚାହିଁଲେ ସମାସ୍ୟା ସମାଧାନ ଦିଗରେ କିଛି ଦାନ ଆକାରରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଇପାରିବେ ଏବଂ ସେମାନଙ୍କ ନାମ ମଧ୍ୟ ଫଳକ ମାଧ୍ୟମରେ ପ୍ରକାଶିତ କରାଯିବ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପିଏଚ୍ଇଓ ରାମହରି ପଣ୍ଡା,ବ୍ଲକ ଆକାଉଣ୍ଟ ମ୍ୟାନେଜର ଦିଲ୍ଲୀପ କୁମାର ସାହୁ, ଏସ୍ଆଇ ସୁଭ୍ରମନ୍ୟୁ କର, ଗାଙ୍ଗପୁର ଫାର୍ମାସିଷ୍ଟ ଯଜ୍ଞେଶ୍ୱର ସୁବୁଦ୍ଧି, ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ, ଆର୍.କେ.ଏସ୍ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ ଓ ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମାସ୍ୟାର ଦାବି ଉପସ୍ଥାପନ କରିଥିଲେ ।