“ହାଉସଫୁଲ୍-୪’ ତିନି ଦିନରେ ୫୦ କୋଟି ଆୟ
ମୁମ୍ବାଇ: ଦିୱାଲି ଉପଲକ୍ଷେ ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା “ହାଉସଫୁଲ୍-୪’ ଅବଶେଷରେ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଛି । ଏହା ଗତକାଲି ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି । ସୂଚନା ଯୋଗ୍ୟ, ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯୋଜିତ “ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା , ଦ୍ୱତୀୟ ଦିନ ୧୮.୮୧ କୋଟି ଟଙ୍କା ଏବଂ ରବିବାର ଦିନ ୧୫ କୋଟି ଟଙ୍କା କଲେକସନ୍ କରିଛି । ଫରହାଦ୍ –ସାମିଜି ଏହାର ନିର୍ଦ୍ଦେଶକ । ଏଥିରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍, ବବି ଦେଓଲ୍, ଶରଦ୍ କେଲକର୍,ପୂଜା ହେଗଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । “ହାଉସଫୁଲ୍-୪’ ହେଉଛି ୨୦୧୯ରେ ଅକ୍ଷୟ କୁମାରଙ୍କ ରିଲିଜ୍ ହୋଇଥିବା ନୂଆ ସିନେମା । ଏ ବର୍ଷ ଆଗରୁ ତାଙ୍କ ଅଭିନୀତ “କେଶରୀ’ ଏବଂ “ମିଶନ ମଙ୍ଗଲ’ ରିଲିଜ୍ ହୋଇଥିଲା, ଯାହା ବକ୍ସଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଆଶା କରାଯାଉଛି “ହାଉସଫୁଲ୍-୪’ ବି ହିଟ୍ ହେବ ।