ଗୋକୁଳଧାମରେ ଗୋବର୍ଦ୍ଧନ ଉତ୍ସବ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଗୋକୁଳଧାମରେ ଗୋବର୍ଦ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶ୍ରୀକୃଷ୍ଣଙ୍କୁ ଗୋବର୍ଦ୍ଧନ ବେଶ ଧାରଣ କରାଯାଇ ପୂଜା ଆରତୀ କରି ବେଢା ପରିକ୍ରମା କରାଯାଇଥିଲା । ସଂନ୍ଧ୍ୟାରେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ଭଜନ, ନାମକୀର୍ତ୍ତନ , ପରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଗୀତାର ୧୬ତମ ଅଧ୍ୟାୟକୁ ବିଷଦ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାତା ଶ୍ରୀ ଜଗନ୍ନାଥ ରାଉତ, ସହଦେବ ପାତ୍ର, କେଦାରନାଥ ଚୌଧୁରୀ, ଡିଲୁ ସାବତ , ନବୀନ ଶତପଥୀ, ବାପି ସାହୁ, ଦ୍ୱାରିକନାଥ ଘଡାଇ ପ୍ରମୁଖ ଯୋଗ ଦେଇ ଉତ୍ସବ ଓ ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ ।


