କୋରନ୍ଦ ପଂଚାୟତରେ ବ୍ୟାପକ ଦୁର୍ନିତୀ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କୋରନ୍ଦ ପଂଚାୟତରେ ବ୍ୟାପକ ଦୁର୍ନିତୀ ହୋଇଥିବା ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କୋରନ୍ଦ ପଂଚାୟତବାସୀ ଭେଟି ଅଭିଯୋଗ କରି ଘଟଣାର ତଦନ୍ତ ପୂର୍ବକ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ପଂଚାୟତର ତିଗିରିଆ ମହାଦେବ ପୋଖରୀର ପୁନରୁଦ୍ଧାର ଏବଂ ତୁଠ ନିର୍ମାଣ ନିମନ୍ତେ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୋଖରୀର ପୁନରୁଦ୍ଧାର କରାନଯାଇ ଗତ ଫେବୃୟାରୀମାସରେ ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ୩ଲକ୍ଷ ଟଙ୍କା ଅଗ୍ରୀମ ଉଠାଇନେଇଥିବା ଅଭିଯୋଗ ହୋଇଛି । ସେହିପରି ୫ଲକ୍ଷ ୨୩ହଜାର ୨୮୮ଟଙ୍କାର ଅନ୍ୟଏକ ପ୍ରକଳ୍ପ ଗିରିଆ ସ୍କୁଲ ଠାରୁ ମାହାରାଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କାର୍ଯ୍ୟକୁ ଅତି ନିମ୍ନମାନର କାର୍ଯ୍ୟ କରି ୨ଥରରେ ସମସ୍ତ ଅର୍ଥ ପିଇଓ ଉଠାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ତିଗିରିଆ ଶିବ ମନ୍ଦିର ନିକଟ ପୋଖରୀ ତୁଠ ଓ ଗାଧୁଆଘର ବ୍ୟକ୍ତିଗତ ଜମିରେ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ପଂଚାୟତର କୋରନ୍ଦ ସେଠୀ ଘର ଠାରୁ ସେଉଳଖିଆ ବାଙ୍କ ପର୍ଯ୍ୟନ୍ତ ୮ଲକ୍ଷ ଟଙ୍କାର ମନରେଗା ଯୋଜନାରେ ରାସ୍ତା ପ୍ରକଳ୍ପ କାର୍ଯ୍ୟ ଆଦୈା କାର୍ଯ୍ୟ କରାନଯାଇ ୨ଲକ୍ଷ ଟଙ୍କା ଉଠାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରତିବର୍ଷ ସେହି ପଂଚାୟତ କାର୍ଯ୍ୟାଳୟ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ବେଳେ ଜନୈକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଁଟକୁ ବ୍ଲକ ପକ୍ଷରୁ ପଠାଯାଇଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂର୍ବତନ ବିଧାୟକ ଶ୍ରୀ ଶର୍ମାଙ୍କ ସମେତ ସୁବାଷ ଚନ୍ଦ୍ର ପରିଡା,ବିକ୍ରମ ଦାସ,ଶରତ ରାଉତ,ମଙ୍ଗୁଳି ଚରଣ ବେହେରା,ଧନେଶ୍ୱର ଧଳ,ରଞ୍ଜନ ସେଠୀ,ଧର୍ନୁଜୟ ନାୟକ,ବିଜୟ ସାମଲ,ବିଚିତ୍ର ବାରିକ,ଶାନ୍ତିଲତା ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ