ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ସହରାଂଚଳ ଉନ୍ନୟନ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ , ଏନଏସି ର ନିର୍ବାହୀ ଅଧିକାରୀ,ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଭରତ ପାଣିଗ୍ରାହୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ ଏନଏସି ଏବଂ ମୁନିଷିପାଲଟିରେ ଥିବା ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାହୀ ଅଧିକାରୀ ମାନେ ସକାଳ ଓ ସନ୍ଧ୍ୟାରେ ସହର ର ବିଭିନ୍ନ ଅଂଚଳରେ ରହି କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଉନ୍ନତି ଯୋଜନାରେ ଚାଲିଥିବା ପ୍ରକଳ୍ପ ଗୁଡିକ ଅତିଶୀଘ୍ର ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସହରର ସମସ୍ତ ନାଳ ଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ସଙ୍ଗେ ସଙ୍ଗେ ତା ଉପରେ କଭର କରିବା ପାଇଁ ଜିଲ୍ଲପାଳ କହିଥିଲେ । ସହରର ପ୍ରତି ୱାର୍ଡରେ ଗୋଟିଏ ଗୋଟିଏ ଷ୍ଟାଣ୍ଡ ପୋଷ୍ଟ ଠିକ୍ ରଖିବା ପାଇଁ କୁହାଯାଇଥିଲା । ଉନ୍ନତି ଯୋଜନାରେ ବର୍ତ୍ତମାନ ୭୦ ଭାଗ କାମ ହୋଇଥିବା ବେଳେ ବଳକା କାମ ତୁରନ୍ତ ଶେଷ କରିବା ପାଇଁ ପୁର୍ତ୍ତ ବିଭାଗକୁ କୁହାଯାଇଥିଲା ।


