ଅନସ୍ଲୋ ଅନୁଷ୍ଠାନରେ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍); ସ୍ଥାନୀୟ ଅନସ୍ଲୋ ଶିକ୍ଷାନୁଷ୍ଠାନ ପରିସରରେ ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ଏକ ସଭା ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଗଞ୍ଜାମ ଏସପି ବ୍ରିଜେସ କୁମାର ରାଏ ଯୋଗ ଦେଇ ଦୁର୍ନିତି କରିବା ନାହିଁ ଏବଂ ଅନ୍ୟକୁ ଦୁର୍ନିତି କରିବା ପାଇଁ ଦେବା ନାହିଁ ବୋଲି କହିବା ସହ ଦୁର୍ନିତି ବିରୁଦ୍ଧରେ ସଚେତନତା ସୃଷ୍ଠି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ହେଇଥିଲେ । ଭିଜିଲାନ୍ସ ବିଭାଗ ଏସପି ମାୟାଧର ସ୍ୱାଇଁ ନୀତି ବାହାରେ ଯାହା କିଛି କରାଯାଏ ତାହା ଦୁର୍ନିତି ବୋଲି କହିବା ସହ ମଣିଷର କର୍ମରେ ସ୍ୱଚ୍ଛତା ଆସିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଷେଷ କରି ସରକାରୀ ପଇସାର ସଦୁପଯୋଗ କରାଯିବା ସଙ୍ଗେ ସଙ୍ଗେ କର୍ମଚାରୀମାନଙ୍କ କର୍ମରେ ସ୍ୱଚ୍ଛତା ରହିଲେ ଆଉ ଦୁର୍ନିତି ହେବ ନାହିଁ ବୋଲି ମତ ଦେଇଥିଲେ । ଛାତ୍ରଛାତ୍ରୀମାନେ ଦୁର୍ନିତି ବନ୍ଦ ଉପରେ ସଚେତନତା ସୃଷ୍ଠି କରିବାକୁ ମଧ୍ୟ କହିଥିଲେ । ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢୀ ଦୁର୍ନିତିର ସଜ୍ଞା ବର୍ଣ୍ଣନା କରିବା ସହ ସମାଜକୁ ଦୁର୍ନିତିମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷର ମୁଖ୍ୟ ବିଷୟ ହେଉଛି ସଚ୍ଚୋଟତା ଏକ ଜୀବନ ଶୈଳୀ ତେଣୁ ସମସ୍ତେ ସଚ୍ଚୋଟ ହୋଇ ସ୍ୱଚ୍ଛତା ଅବଲମ୍ବନ କରିବାକୁ କହିବା ସହ ଜନସାଧାରଣ ନିଜେ ଦୁର୍ନିତି ନକରି ଦୁର୍ନିତି କରୁଥିବା ଲୋକଙ୍କୁ ପ୍ରତିରୋଧ କରିବାକୁ ଶ୍ରୀ ପାଢୀ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ୍ ଡିଏସପି ଅଜୟ କୁମାର ମିଶ୍ର ଓ ସାମୁଆଲ ପ୍ରଧାନ,ବିଦ୍ୟାଳୟର ଶିକ୍ଷକ ଜଗଦିଶ୍ ପଲାଇ ଓ ହାଡିବନ୍ଧୁ ଗଡନାୟକ ଉପସ୍ଥିତ ଥିଲେ । ଭିଜିଲାନ୍ସ ଏସପି ଶ୍ରୀ ସ୍ୱାଇଁ ଦୁର୍ନିତି କୁ ବିରୋଧ କରିବାକୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଛତ୍ରପୁର ଭିଜିଲାନ୍ସ କାର୍ଯ୍ୟାଳୟର ଇନିଷ୍ପେକ୍ଟର ସୋମନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଛତ୍ରପୁର ମହିଳା ମହାବିଦ୍ୟାଳୟରେ ମଧ୍ୟ ଦୁର୍ନିତି ନିବାରଣ ସପ୍ତାହ ପାଳନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅଷ୍ଟମ ଓ ନବନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଦୁର୍ନିତି ନିବାରଣ ଉପରେ କହିଥିଲେ ।


