ତିନିଦିନିଆ ଜନ ସଚେତନତା କାର୍ଯ୍ୟକ୍ରମ

ଚକେଇଶିଆଣିସ୍ଥିତ ଡି.ଏନ କ୍ଲବ ପଡିଆରେ ଆସନ୍ତା ଅକ୍ଟୋବର ୩୧ରେ ଆରମ୍ଭ ହୋଇ ୨ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ସକାଳ ୯ଟାରେ ଏକତା ଦୌଡର ଆୟୋଜନ କରାଯିବ । ଅପରାହ୍ନରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବେ । ନଭେମ୍ବର ୧ରେ ସ୍ୱଚ୍ଛତା ହିଁ ସେବା ଏବଂ ଫିଟ ଇଣ୍ଡିଆ ଅଭିଯାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ଲେଖକ ଡଃ ବନୋଜ ତ୍ରିପାଠୀ, ସାମାଜିକ କର୍ମୀ ଡଃ ପ୍ରଭାସ ମିଶ୍ର, ପୂର୍ବତଟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର, ଏସ.ସି.ବି ମେଡିକାଲ କଲେଜର ଡଃ ରବି ଶତପଥୀ ପ୍ରମୁଖ ଯୋଗଦେବେ । ନଭେମ୍ବର ୨ରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡିଶା ବିଧାନ ସଭାର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ କୁମାର ରାଉତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ତିନିଦିନିଆ ସମାରୋହରେ ରାଷ୍ଟ୍ରୀୟ ଏକତା ଦିବସ ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କିତ ଏକ ବିଶାଳ ମଲ୍ଟିମିଡିଆ ପ୍ରଦର୍ଶନୀର ଆୟୋଜନ କରାଯିବ । ଏହି ପ୍ରଦର୍ଶନୀ ପ୍ରତ୍ୟହ ସକାଳ ୧୧ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୀତ ଓ ନାଟକ ବିଭାଗର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସୂଚନା ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ