ତୁଳସୀ ମାହାତ୍ମ୍ୟ
ହିନ୍ଦୁ ପରମ୍ପରାରେ ପ୍ରତିଟି ଘରେ ଠାକୁର ଘରଟିଏ ଥାଏ । ସ୍ଥାନାଭାବେ କାନ୍ଥରେ ଠାକୁରଙ୍କର ଚିତ୍ର ପ୍ରତିମାଟିଏ ଝୁଲୁଥାଏ ଅଥବା କାନ୍ଥର ଠଣାରେ ବା କାଠର ଖଟୁଲିଟିଏ କାନ୍ଥରେ ଲଗାଇ ଠାକୁରଙ୍କର ମୂର୍ତ୍ତି ବା ଶାଳଗ୍ରାମ ରଖି ପୂଜା କରିବା କଥା ଚଳିଆସୁଛି । ଘରେ ଠାକୁର ବେଳେ ବାରିଆଡ଼େ କି ଦାଣ୍ଡପଟେ ଚଉରାରେ ତୁଳସୀ ପୂଜା ତିନିଶହ ପଂଚଷଠି ଦିନ ଚାଲିଥାଏ ।
ତୁଳସୀ ଗଛକୁ ଗୋଟିଏ ବୃକ୍ଷ ପୂଜାର ମାନ୍ୟତା ଦେଇ ଯେତିିକି ପୂଜା କରାନଯାଏ, ଧର୍ମଧାରଣାରୁ ବ୍ୟକ୍ତିଗତ ବିଚାରକୁ ଜଣେ କୃଷ୍ଣପ୍ରିୟା ବୈଷ୍ଣବୀ ଦେବୀ ରୂପେ ପୂଜା କରାଯାଏ । ‘ତୁଳସୀ’ଙ୍କର ଅନ୍ୟନାମ ବୃନ୍ଦାବତୀ । ବୃନ୍ଦାବତୀ ଓ ତୁଳସୀ ଯଥାକ୍ରମେ ପୂର୍ବ ଜନ୍ମ ଏବଂ ପରଜନ୍ମ ସଂପର୍କିତ ବା ସମ୍ବନ୍ଧିତ କାହାଣୀ । ବୃନ୍ଦାବତୀ ଜନ୍ମରେ ନାରାୟଣଙ୍କ ସହିତ ଏବଂ ତୁଳସୀ ପରବର୍ତ୍ତୀ ସମ୍ବନେ୍ଧ କୃ୍ଷ୍ଣଙ୍କ ସହିତ ବିବନ୍ଧିତ । ପ୍ରଥମଟି କାରଣ ଏବଂ ଦ୍ୱିତୀୟଟି ଭକ୍ତି ବା ପ୍ରେମ ଜନିତ ହେତୁ ଯଥାର୍ଥରେ କୁହାଯାଇଛି: ଆଗୋ ତୁଳସୀ ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ଗୋ….
ତୁଳସୀଙ୍କର ପୂର୍ବ ଜନ୍ମର ନାମ ଥିଲା ବୃନ୍ଦାବତୀ । ସେ ଥିଲେ ଜଣେ ପରମାସୁନ୍ଦରୀ, ସତୀ, ସ୍ୱାଧୀ ଏବଂ ମହତୀ ନାରୀ । ରାକ୍ଷସ ଜଳନ୍ଧର ଥିଲେ ତାଙ୍କ ସ୍ୱାମୀ । ବୃନ୍ଦାବତୀଙ୍କର ସତୀତ୍ୱ ପ୍ରଭାବରୁ ଜଳନ୍ଧର ଥିଲା ଅତ୍ୟନ୍ତ ପରାକ୍ରମଶାଳୀ ଏବଂ ଅଜେୟ । ସେ ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳପୁରୀକୁ ନିଜ ପାଦତଳେ ରଖିବାକୁ ମନସ୍ଥ କଲା । ସେଥିପାଇଁ ଚଳାଇଲା ଯୁଦ୍ଧ, ଦେବ, ମାନବ ଏବଂ ତାକୁ ବିରୁଦ୍ଧ କରୁଥିବା ଦାନବଙ୍କ ବିରୁଦ୍ଧରେ । ଏଥିରେ ଦେବତାମାନେ ଅତ୍ୟନ୍ତ ଅତିଷ୍ଠହୋଇ ପଡ଼ିଲେ । ସେମାନେ ବିଷ୍ଣୁଙ୍କ ପାଖିରେ ପହଞ୍ôଚ ନିବେଦିଲେ ଯେ ସେ ଏଥିକୁ କିଛି କରନ୍ତୁ ।
ଏବେ ବିଷ୍ଣୁ ସ୍ୱୟଂ ଗଲେ । ଜଳନ୍ଧର ସହିତ ତାଙ୍କର ତୁମୁଳ ସଂଗ୍ରାମ ହେଲା । ସମକକ୍ଷ ଯୋଦ୍ଧା । କେହି କାହାକୁ ହରାଇ ପାରିଲେ ନାହିଁ । ବିଷ୍ଣୁ ଦେଖିଲେ, ଏମିତି ତାକୁ ବଧ କରି ହେବ ନାହିଁ । ସେ ଛଳକରି ଜଳନ୍ଧର ସହିତ ବନ୍ଧୁତ୍ୱର ପ୍ରତିଶ୍ରୁତିରେ ଲକ୍ଷ୍ମୀଙ୍କ ସହିତ ତା’ ଘରେ ଏକ ପ୍ରକାର ବନ୍ଦୀ ହେଲେ । ଏପଟେ ବିଷ୍ଣୁଙ୍କ ଅନୁପସ୍ଥିତିରେ ଦେବ ଗଣଙ୍କର ଭାଳେଣି ପଡ଼ିଲା ।
ବିଷ୍ଣୁ ଜାଣିଥିଲେ ଯେ ବୃନ୍ଦାବତୀଙ୍କର ସତୀତ୍ୱର ପରାକାଷ୍ଠା ଯୋଗୁଁ ଜଳନ୍ଧର ଏଯାବତ୍ ଅବ୍ମ ହୋଇ ରହିଯାଇଛି । ସେ ସତୀତ୍ୱ ହରାଇଲେ ଜଳନ୍ଧର ବଧ ହେବ । ସେ ନିଜେ ତାହାହିଁ କରିବେ । ତେବେ କେବେ? କେମିତି? କୋଉ କାରଣକୁ ବା ଆଳକୁ? ସେ ସୁଯୋଗକୁ ଅପେକ୍ଷା କଲେ ।
ସେପଟେ ଦୁଷ୍ଟ ଜଳନ୍ଧର ପାବର୍ତୀଙ୍କର ଅପରୂପ ଏବଂ ଅନୁପମ ସୌନ୍ଦର୍ଯ୍ୟ ସଂପର୍କରେ ସୁରାକ ପାଇଲେ । ପାର୍ବତୀଙ୍କୁ ପାଇବା ଉଦ୍ଦେଶ୍ୟରେ ଛଦ୍ମବେଶୀ ଶିବରୂପ ଧାରଣ କରି ବୃଷଭ ଚଢ଼ିଗଲେ । ତାକୁ ଦେଖୁ ଦେଖୁ ପାର୍ବତୀ ତାକୁ ଚିହ୍ନି ପାରିଲେ ଏବଂ ନିଜକୁ ବ ର୍ତ୍ତାଇବାର ଉପାୟ ଚିନ୍ତାକଲେ । ଏଣେ ପାର୍ବତୀଙ୍କୁ ଦେଖୁ ଦେଖୁ ଜଳନ୍ଧର ଅତୀବ ଉନ୍ମାଦରୁ ହୀନବେଳେ ହୋଇଗଲା ଏବଂ ସେ ବୃଷଭ ଉପରୁ ଭୂପତିତ ହୋଇ ଚେତା ହରାଇଲା । ଇତି ମ୍ମରେ ପାର୍ବତୀ ନିବୃତ୍ତି ନେଇ ନିଜକୁ ଗୋପନ ରଖିଲେ ।
ଏଥର ବିଷ୍ଣ ୁ ସୁଯୋଗ ନେଲେ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବୃନ୍ଦାଙ୍କ ସତୀତ୍ୱ ହରଣ ପାଇଁ ପ୍ରସ୍ତୁତ ହେଲେ । ପୁନଶ୍ଚ ବେଳକୁ ଯେସାକୁ ତେସା ନୀତି ପ୍ରଯୁଜ୍ୟ ଅଟେ :
ସେ ଯେଉଁ ରୂପେ ଅପରାଧୀ । ଆମ୍ଭେ କରିବା ସେହି ବୁଦ୍ଧି
ତା’ର ଯୁବତୀ ସଦାଚାରେ । ଦୈତ୍ୟ ଅକ୍ଷୟ ତିନିପୁରେ
ତାହା କରିବୁ ଆମ୍ଭେ ନାଶ । ତେବେ ମରିବ ସିନ୍ଧୁ ଶିଷ୍ୟ
ଏତେକ କହି ଭଗବାନ । ସେଠାରୁ ହେଲେ ଅନ୍ତର୍ଦ୍ଧାନ
ଏହାପରେ ବିଷ୍ଣୁ ଛଦ୍ମବେଶରେ ଜଳନ୍ଧର ରୂପେ ଗଲେ ଏବଂ ବୃନ୍ଦାଙ୍କର ସତୀତ୍ୱ ଅପହରଣ କଲେ :
ବିଷ୍ଣୁ ଜଳନ୍ଧର ଗତ୍ୱା ତଦ୍ଦୈତ୍ୟ ପୁଟ ଭେଦନଂ । ପତିବ୍ରତସ୍ୟ ଭଙ୍ଗାୟ ବୃନ୍ଦାୟଶ୍ଚ କୋରନନ୍ନୀତଃ
ସହବାସର ତନ୍ଦ୍ରାଭଗ୍ନପରେ ବୃନ୍ଦା ଦେଖନ୍ତି ଯେ ଯିଏ ତା’ର ପ୍ରେମ ବନ୍ଧନରେ ମୋହଗ୍ରସ୍ତ ଥିଲା, ସେ ତା’ ସ୍ୱାମୀ ନୁହନ୍ତି । ସ୍ୱୟଂ କୋଟି କନ୍ଦର୍ପ ଧାରି ନାରାୟଣ । ସେ ସତୀ । ସତୀ ପାଖରେ ନାରାୟଣ ତୁଛ । ସତୀ ନାରୀ ପାଇଁ ପତି ବିନା ନାହିଁ ଅନ୍ୟଗତି । ସେ ବିଷ୍ଣୁଙ୍କୁ ଧିକ୍କାରିଲା ଏବଂ ଅଭିଶାପ ଦେଲା :
ତା’ ଦେଖି ବୃନ୍ଦା କଲା କୋପ । ବୋଇଲା ଧିକ ତୋ’ର ରୂପ
ଞ୍ଚକପଟ କରିଲୁ ମୋ ତପ । ଏବେ ତୁ ଘେନ ମୋର ଶାପ
ତୋର ଭାରିଯା ନାମ ଶିରୀ । ତାକୁ ଅସୁରେ ନେବେ ହରି
ମୋତେ ହରିଲୁ ଯେଉଁ ବେଗେ
ସେହି ପ୍ରକର ତୋର ଆଗେ ଇତ୍ୟାଦି
ଏହାହିଁ ଘଟିଥିଲା ରାବ ଅବତାରେ ତ୍ରେତେୟା ଯୁଗରେ ବିଷ୍ଣୁଙ୍କ ପାଇଁ । ତେବେ ଜଳନ୍ଧର ବଧ ହେଲା । ତିନିପୁର ଆଶ୍ୱସ୍ତି ହେଲେ । ଜଳନ୍ଧର ଅନୁପସ୍ଥିତିରେ ବିଶେଷକରି ଏ ପାପ ଶରୀରରେ ବୃନ୍ଦା ବଞ୍ôଚବାକୁ ଉଚିତ୍ ମନେ କଲେ ନାହିଁ । ସେ ବିଷ୍ଣୁଙ୍କ ସମ୍ମୁଖରେ ଅଗ୍ନିରେ ଝାସ ଦେଲେ ।
ସେ ଆତ୍ମା ଅନ୍ତରୀକ୍ଷେ ଯାଇ ତିନିଭାଗ ହେଲା । ସେଥିରୁ ଗୋଟିଏ ଭାଗ ପାର୍ବତୀଙ୍କ ଦେହରେ ଠାବ ହେଲା । ଆଗରୁ ଜଳନ୍ଧର ଶିବବ୍ରତ ହେତୁ ତା’ ଆତ୍ମା ରୁଦ୍ରଙ୍କଠାରେ ଠାବ ହୋଇଥିଲା ।
ସେ ଆତ୍ମା ଅନ୍ତରୀକ୍ଷେ ଯାଇ । ତ୍ରିଗୁଣେ ତିନି ଭାଗ ହୋଇ
ମନେ ଯେତକ ତମ କଲା । ସେ ଭାବ ଲକ୍ଷ୍ମୀ ଦେହେଗଲା
ସେ ତା’ର ରଜଗୁଣ ଭାବ । ଶାରଦା ଅଙ୍ଗେ ହେଲା ଠାବ
ସାତ୍ତ୍ୱିକ ଭାବ ଯେତେ ହୋଇ । ଗଉରୀ ଅଙ୍ଗରେ ସମ୍ଭାଇ
ଅର୍ଥାତ୍ ବୃନ୍ଦାବତୀଙ୍କ ଆତ୍ମା ସତ୍ୱ, ରଜ ଏବଂ ତମ ଗୁଣ ବିଶିଷ୍ଟ ତିନିଭାବ ହେଲା । ଏହି ତିନି ବୀଜ ତିନି ବୃକ୍ଷ ହେଲେ । ‘ତମ’ ଗୁଣରୁ ‘ମାଳତୀ’ ମର୍ତ୍ତ୍ୟ ବାସିନୀ, ଅଁଳା ବା ଧାତ୍ରୀ ବୃକ୍ଷ ରଜଗୁଣ ବିିଶିଷ୍ଟ ଏବଂ ସତ୍ତ୍ୱ ଗୁଣ ବିଶିଷ୍ଟ ହେଉଛନ୍ତି ତୁଳସୀ । କେବଳ ତୁଳସୀ ତ୍ରିପୁର ବାସିନୀ । ଧାତ୍ରୀ ଉଭୟ ମର୍ତ୍ତ୍ୟ ଓ ସ୍ୱର୍ଗଲୋକ ବାସିନୀ ।
ସତୀର ସତୀତ୍ତ୍ୱର ଅପଭ୍ରଷ୍ଟ ଜନିତ କାରଣରୁ ବୃନ୍ଦାଙ୍କ ପ୍ରତି କୃଷ୍ଣଙ୍କର ଏହା ଅନୁକମ୍ପା ନୁହେଁ । ନିଜସ୍ୱ ମୁକ୍ତି ପାଇଁ ସତୀ ପୂଜା । ତିନୋଟି ଯାକ ବୃକ୍ଷ ପୂଜନର ‘ଳ ନିଶ୍ଚିତଭାବେ ସୁଦୂର ପ୍ରସାରୀ । ତେବେ ତୁଳସୀ ସଂପର୍କରେ ବିଷ୍ଣୁ ଯାହା କହିଛନ୍ତି :
ଏବେ ତୁଳସୀ ଧର୍ମ ଶୁଣ । ସେ ବୃଦ୍ଧ ସାତ୍ତ୍ୱିକ ଲକ୍ଷଣ
ହୋଇବ ତ୍ରିଲୋକ ପ୍ରସିଦ୍ଧି । ମୋର ସମାନେ ପୂଜାବିଧି
ପାଇବ ସକଳ ଲୋକରେ । ବିଶେଷ କାର୍ତ୍ତିକ ମାସରେ
ପାଳନେ ସର୍ବତୀର୍ଥ ଧର୍ମ । ଦର୍ଶନେ ସର୍ବଇଷ୍ଟ କାମ
ତୁଳସୀ ପ୍ରଦକ୍ଷିଣ କଲେ । ପୂଣ୍ୟ (?) ଅନ୍ୟ ତୀର୍ଥଗଲେ
ଅଶେଷ କ୍ଷେତ୍ର ତୀର୍ଥ‘ଳ । କ୍ଷଣକେ ପାଇବ ସକଳ
ସନ୍ଧ୍ୟା ସମୟେ ଯେଉଁ ଜନ । ତୁଳସୀ ମୂଳେ ଦୀପଦାନ
ଶ୍ରଦ୍ଧାରେ ବସାଇବ ନୀତି । ଅଗ୍ନି ସମାନ ତା’ର ଜ୍ୟୋତି
ଯା ଗୃହେ ତୁଳସୀ କାନନ । ଥିବ ମନ୍ଦିର ସନ୍ନିଧାନ
ତେଣେ ନଯିବ ଯମଦୂତ । ତୁମ୍ଭଙ୍କୁ କହୁଅଛୁ ସତ୍ୟ
ମୃତ୍ୟୁ କାଳରେ ଯେଉଁ ଜନ । ତୁଳସୀ ନିକଟ ଶୟନ
ତୁଳସୀ ଜଳ ଥିବ ମୁଣ୍ଡେ । ଉଦକ ହେଉଥିବ ତୁଣ୍ଡେ
ପିଣ୍ଡରୁ ପ୍ରାଣ ଛାଡ଼ିଯିବ । ସେ ଆସି ମୋ ସଂଗେ ମିଶିବ
ଅତ୍ୟନ୍ତ ପାପୀ ହୋଇଥିବ । ଅକାଳେ ଅଜ୍ଞାନ ମରିବ
ତା’ ମୃତ୍ୟୁ ପିଣ୍ଡ ଦଗ୍ଧକାଳେ । ତୁଳସୀ କାଠ ଯେବେ ମିଳେ
ଦହନେ ପକାଇଲେ ନେଇ । ତା’ ଆତ୍ମାଯିବ ମୋକ୍ଷ ହୋଇ
ବିଶେଷ କାର୍ତ୍ତିକ ମାସରେ । ତୁଳସୀ ସେବା କରିନରେ ।
ଲଭିବେ କୈବଲ୍ୟ ମୁକତି । ଖଣ୍ଡିକେ ଅଶେଷ ବିପତ୍ତି
ତୁଳସୀ ମୂଳେ ଉଦ୍ୟାପନ । ଯେ କରେ କାର୍ତ୍ତିକ ବିଧାନ
ସେଜନ ବୈକୁଣ୍ଠ ପୁରେ । ଆସ ମିଳିବ ଦେହାନ୍ତରେ
କାର୍ତ୍ତିକେ ଧାତ୍ରୀ ବୃକ୍ଷ ତଳେ । ହବିଷ ଅନ୍ନ ଏକାବେଳେ
ଯେ ଜନ କରିବ ଭୋଜନ । ତା’ ପାପ ହୋଇବ ଦହନ
ଅଁଳା, ତୁଳସୀ ମାଳତୀ । ଏତିନି ମୋର ପ୍ରିୟବତୀ ।
ବିଶେଷ ତୁଳସୀ ପ୍ରଧାନ । ସଂସାରେ ମୋପରି ସମାନ
ତୁଳସୀ ବିନା ଯେତେ ଭୋଗ । ମୋତେ ନୁହଇ ଉପଯୋଗ
ତୁଳସୀ ଜଳେ ମୋତେ ପୂଜି । ତୁଳସୀ ଘେନ ମୋତେ ଭଜି
ତୁଳସୀ ଦେବ ମୋର ଜଳେ । ପ୍ରାଣୀ ବସିବ ମୋର ପୁରେ
– କାର୍ତ୍ତିକ ମାହାତ୍ମ୍ୟ : ପଦ୍ମପୁରାଣ
ସଂକ୍ଷେପରେ ତୁଳସୀ ବିଷ୍ଣୁଙ୍କର ପ୍ରିୟବତୀ । ସେ ବିଷ୍ଣୁଙ୍କ ସହିତ ସମାନ । ଏକଥା ସେ ବିଷ୍ଣୁଙ୍କ ଦ୍ୱାରା ଅନୁଗୃହୀତ ହୋଇଛନ୍ତି । କାର୍ତ୍ତିକ ବ୍ରତ ବିଷ୍ଣୁ ପୂଜା ହେତୁ, ତୁଳସୀଙ୍କର ଗୁରୁତ୍ୱ ଏ ମାସରେ ଅଧିକ । ତାଙ୍କ ପୂଜା ହିଁ ବିଷ୍ଣୁ ପୂଜା । ଅନ୍ୟ ଅର୍ଥରେ ତୁଳସୀଙ୍କ ମା୍ମମରେ କୃଷ୍ଣ ପ୍ରାପ୍ତି । ସକଳତୀର୍ଥ ତୋ’ ଚରଣେ, ବଦ୍ରିକା ଯିବ କି କାରଣେ ନ୍ୟାୟରେ ତୁଳସୀ ହିଁ ଏକ ଗୃହସ୍ଥ ପାଇଁ ଧେୟ ଓ ଧାରଣା, ମୁକ୍ତିର ମାର୍ଗ; ସକଳ ପାପର ଖଣ୍ଡନକାରୀ । ସେଥିପାଇଁ ଆମ ପରମ୍ପରା ଓ ଧର୍ମରେ ସକଳ ଗୃହ ପ୍ରାଙ୍ଗଣରେ ଅଥବା ମଠ ମନ୍ଦିରେ ତୁଳସୀ ପୂଜିତ ହୋଇ ଆସୁଛନ୍ତି । ସେ ପୂଜ୍ୟା ଏହାହିଁ ଧର୍ମ କଥାରେ ତୁଳସୀ ପୂଜନର କାହାଣୀ :
ତୁଳସୀ ସର୍ବ ଭୂତାନାଂ ମହାପାତକ ନାଶିନୀ ।
ତ୍ୱତମୂଳେ ସର୍ବେ ତିର୍ଥାନୀ, ତ୍ୱତମେଂ ସର୍ବ ଦେବାନା ।
ମୁଖ୍ୟ କଥା ଏହି ଯେ, କାର୍ତ୍ତିକ ମାହାତ୍ମ୍ୟ: ପଦ୍ମ ପୁରାଣ ମତେ ତୁଳସୀ ଧର୍ଷିତା ସତ୍ତେ୍ୱ ଅପବ୍ରିତା ନୁହଁନ୍ତି । ଧର୍ଷଣ ମୁଠାଏ ମାଟି ବା ଦେହପ୍ରତି ଏକ ଅତ୍ୟାଚାର । ଏହା ଇଚ୍ଛା ବିରୁଦ୍ଧ ଜନିତ ଏକ ପାପ । ଯେଉଁଥିପାଇଁ ବିଷ୍ଣୁଙ୍କୁ କେତେବଡ଼ ବୋଝ ମୁଣ୍ଡାଇବାକୁ ହେଲା ଏବଂ ତୁଳସୀ ପୂଜା ଯେ ତାଙ୍କ ପୂଜା ସହିତ ସମାନ ବୋଲି ବିଚାର କରାଗଲା । ବିଷ୍ଣୁ ଏ ଅପରାଧ କରିନଥିଲେ, ବୃନ୍ଦା ବା ତୁଳସୀଙ୍କୁ ଚିହ୍ନେ କିଏ? ଚରିତ୍ର ଜନିତ ଅପସଂସ୍କୃତି ଓ ସ୍ଖଳନ ରୋକିବାରେ ତଥା ଶୃଙ୍ଖଳିତ ପାରିବାରିକ ଦାମ୍ପତ୍ୟ ଜୀବନଯାପନ ଏବଂ ସମାଜ ଗଠନ କରିବାକୁ ତୁଳସୀ ପୂଜା ଏକ ଅମୂଲ୍ୟ ଉପହାର ।
ଆଇନଷ୍ଟାଇନଙ୍କ ମତରେ ଯେଉଁ ଧର୍ମ ବିଜ୍ଞାନ ସମ୍ମତ ବା ଭିତ୍ତିକ ନୁହେଁ, ତାହା ଅନ୍ଧ ବିଶ୍ୱାସରେ ପରିଣତ ହୋଇଯାଏ । ତୁଳସୀ ସାହାଯ୍ୟରେ (ଈଶ୍ୱରଙ୍କୁ ବାଦଦେଲେ), ତୁଳସୀକୁ ଏକ ବୃକ୍ଷ ହିସାବରେ ପୂଜା କରିବାରେ ଏହାର ଯଥାର୍ଥତା ବିଜ୍ଞାନ ଦୃଷ୍ଟିରୁ ଠିକ୍ ନା’ ଭୁଲ ବିଚାରିବା କଥା ।
‘ଈଶ୍ୱର’ଙ୍କୁ ଆବିଷ୍କାର କରିବା ପୂର୍ବରୁ ମଣିଷ ଥିଲା ଓ ଅଛି ପ୍ରକୃତିର ସନ୍ତାନ । ପ୍ରକୃତିର ବାୟୂ, ପାଣି, ମାଟି (ବାପା ମା) ସୂର୍ଯ୍ୟାଲୋକ ପରିବେଶର ଉଦ୍ଭିଦ୍ ଓ ପ୍ରାଣୀ ତା’ ଜୀବନର ନିୟମାଙ୍କ ଥିଲେ ଓ ଅଛନ୍ତି । ସେ ଥିଲା ପ୍ରକୃତି ଉପାସକ । ଏହାହିଁ ସତ୍ୟ । ପରବର୍ତ୍ତୀ ସମୟରେ ଈଶ୍ୱରଙ୍କ ଆବିଷ୍କାର ପରେ ଯେଉଁ କାଳ୍ପନିକ ସତ୍ୟ ଶକ୍ତି ତା’ ଜୀବନ କ୍ଷେତ୍ରରେ ପ୍ରବେଶ କଲେ ସେମାନେ ହେଲେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଇତ୍ୟଦି ୩୩ କୋଟି ଦେବତା । ଏମାନେ ପ୍ରତ୍ୟେକ ଗାଟିଏ ଗୋଟିଏ ବୃକ୍ଷ ବା ସ୍ଥାବର ଶକ୍ତିକୁ ପ୍ରତିନିଧିତ୍ୱ କରନ୍ତି । ଯେମିତି ବରଗଛ ବିଷ୍ଣୁଙ୍କୁ; ଓସ୍ତଗଛ ମହାଦେବଙ୍କୁ ; ନିମ୍ବଗଛ ଜଗନ୍ନାଥଙ୍କୁ… ଇତ୍ୟାଦି । ସେମିତି ତୁଳସୀ ଗଛ ବୃନ୍ଦାବତୀଙ୍କୁ । ଏହାହିଁ ପ୍ରଥମତଃ ପ୍ରକୃତି ଓ ଧର୍ମର ସମନ୍ୱୟ । କହିବା ବାହୁଲ୍ୟ ଯେ ଗୋଟିଏ ବରଗଛ ଦିନକୁ ଯେତିକି ଶୀତଳତା ଦିଏ, ତାହା ୨୦୦୦ ରେଫ୍ରିଜେରେଟର ସହ ସମାନ, ତା’ ଜୀବଦଶାରେ ଦେଉଥିବା ଅମ୍ଳଜାନର ପରିମାଣ ସାଂପ୍ରତିକ ମୂଲ୍ୟରେ ୩୦କୋଟି ଟଂକା ସହିତ ସମାନ । ପ୍ରତ୍ୟେକ ଗଛ ଦିବା-ରାତ୍ର ଅମ୍ଳଜାନ ଦିଅନ୍ତି ନାହିଁ । ନିମ୍ବ ଏବଂ ଓସ୍ତପରି କିଛି ବୃକ୍ଷ ଦେଇଥାନ୍ତି । ଅମ୍ଳଜାନ ବୀନା ଦହନ ଓ ଜୀବନ ଅସମ୍ଭବ । ନିମ୍ବର ଅତ୍ୟଧିକ ଉପକାରିତା ହେତୁ ସେ ସାଜିଛି ଦାରୁଦେବତା । ଉପକାରର ମାତ୍ରା ନେଇ ଗଛଟିଏ ପୂଜା ପାଏ । ଧର୍ମକୁ ବାଦଦେଇ ଯଦି ଆମେ ତୁଳସୀ ଗଛ କଥା ବିଚାରିବା ଏହାର ଓøଷଧିୟ ଗୁଣର ପଟାନ୍ତର ନାହିଁ । ଶରୀରଥିଲେ ଶ୍ରମ ଦେଇ ଅର୍ଜନ, ଜୀବନ । ଧର୍ମ ଶାସ୍ତ୍ରରେ ଯେଉଁ ବିଜ୍ଞାନ କଥା କୁହାଯାଇଛି ବିଚାରନ୍ତୁ; ମୂଳେ ତୋର ଗଙ୍ଗା, ଡାଳେ ତୋର ବିଷ୍ଣୁ, ପତ୍ରେ ଦେବତାଙ୍କ ବାସ । ସେ ପତ୍ର ପଡ଼ିଲେ ମଣୋହି ହୁଅଇ କହଇ ଗୋଲକ ଦାସ
ଅର୍ଥାତ୍ ତୁଳସୀ ମୂଳରେ ଜଳ ଗଙ୍ଗାପରି ପବିତ୍ର ହଜମକାରୀ । ତା’ ଡାଳେ ବିଷ୍ଣୁ ଥା’ନ୍ତି ଅର୍ଥାତ୍ ଡାଳରେ ମାଳକରି ପିନ୍ଧିଲେ ଚର୍ମରୋଗ ହୁଏ ନାହିଁ; ପତ୍ରରେ ଦେବତା ବାସ କହିଲେ ତା’ ପତ୍ର ସେବନରେ କାଶ, ଶ୍ୱାସ ଏବଂ ଶର୍ଦ୍ଦି ଇତ୍ୟାଦି ହୁଏନାହିଁ । ପୁନଶ୍ଚ ତା’ ପତ୍ରରେ କର୍ପୁର ଥିବାରୁ ଖାଦ୍ୟ ପଦାର୍ଥରେ ପକାଇଲେ କୀଟମାନେ ବସନ୍ତି ନାହିଁ । ଏଣୁ ମଣୋହି ବା ଭୋଜନ ଯୋଗ୍ୟ । ବାଡ଼ିରେ ତୁଳସୀ ଗଛଥିଲେ, ରୋଗସୃଷ୍ଟିକାରୀ ଜୀବାଣୁମାନେ ଆସନ୍ତି ନାହିଁ । ସାପ ଘରେ ପ୍ରବେଶ କରନ୍ତି ନାହିଁ, କାଛୁ, କୁଣ୍ଡିଆ, ଯାଦୁ, ବିରୁଡ଼ି, ମହୁମାଛି କାମୁଡ଼ା ଅନ୍ୟାନ୍ୟ କୀଟଙ୍କ ଦଂଶନ ଇତ୍ୟାଦି ପାଇଁ ତୁଳସୀ ଏକ ରୋଗ ନିବାରଣକାରୀ ଓøଷଧ; ନିର୍ଦ୍ଦିଷ୍ଟ ଅନୁପାତରେ ଏହା ବିଭିନ୍ନ ଦ୍ରବ୍ୟ ସହିତ ମିଶି ଦୁରାରୋଗ୍ୟ ଔଷଧ ତିଆରିରେ ବୃବହୃତ ହୁଏ । ଅସୁମାରୀ ଏହାର ଉପକାରୀ ଗୁଣ । ଏଣୁ ଯଥାର୍ଥରେ କୁହାଯାଇଛି : ବରଦା ଭବ ଶୋଭନେ ।
ଉପସଂହାରରେ ଏତିିକି କୁହାଯାଇ ପାରେଯେ ଧର୍ମ ଦୃଷ୍ଟିରୁ ହେଉ ବା ବିଜ୍ଞାନ ଦୃଷ୍ଟିରୁ ତୁଳସୀ ହିଁ ଆରା୍ମା ଏବଂ ନମସ୍ୟା ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


