ବିଶ୍ୱର ଶ୍ରେଷ୍ଠ ୧୦ ସିଇଓଙ୍କ ମଧ୍ୟରେ ୩ ଭାରତୀୟ

ନ୍ୟୁୟର୍କ : ବିଶ୍ୱରେ ସର୍ବ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସିଦ୍ଧି ହାସଲ କରିଥିବା ୧୦ଜଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ତାଲିକାରେ ଭାରତର ୩ ଜଣ ସିଇଓ ନିଜକୁ ସାମିଲ କରିବାରେ ସଫଳ ହୋଇଛନ୍ତି । ହାବାର୍ଡ ବିଜନେସ୍ ରିଭ୍ୟୁ(ଏଚବିଆର) “ବିଶ୍ୱର ଶ୍ରେଷ୍ଠ ୧୦୦ଉନ୍ନତ ପ୍ରଦର୍ଶନକାରୀ ସିଇଓ-୨୦୧୯’ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ତିନିଜଣ ସିଇଓ ଶାନ୍ତନୁ ନାରାୟଣ, ଅଜୟ ବଙ୍ଗା ଏବଂ ସତ୍ୟ ନଡେଲା ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଆମେରିକାର ଆଇଟି କମ୍ପାନୀ ଏନବିଡିୟାର ସିଇଓ ଜେନସେନ ହୁବାଙ୍ଗ ଶୀର୍ଷ ସ୍ଥାନରେ ଅଛନ୍ତି । ଏଡବୋର ଶାନ୍ତନୁ ନାରାୟଣ ଷଷ୍ଠ, ମାଷ୍ଟରକାର୍ଡର ସିଇଓ ଅଜୟ ବଙ୍ଗା ୭ମ ଏବଂ ମାଇକ୍ରୋସଫ୍ଟର ମୁଖ୍ୟ ସତ୍ୟ ନଡେଲା ୯ମ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଏହି ୩ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଏଚବିଆରର ଏହି ତାଲିକାରେ ନାଇକର ସିଇଓ ମାଇକ ପାର୍କର ୨୦ତମ, ଜେପି ମୋର୍ଗାନ ଚେଜର ମୁଖ ଜେମି ଡିମୋନ ୨୩ତମ, ଲାକହିଡ ମାର୍ଟିନର ସିଇଓ ମୋରଲିନ ହ୍ୟୁସନ ୩୭ତମ, ଡିଜନିର ସିଇଓ ରବର୍ଟ ଇଗର ୫୫ତମ, ଏପଲର ସିଇଓ ଟିମ୍ କୁକ୍ ୬୨ତମ, ଭାରତୀୟ ବଂଶୋଦ୍ଭବ ଡିବିଏସ୍ ବ୍ୟାଙ୍କର ସିଇଓ ପିୟୁଷ ଗୁପ୍ତା ୮୯ ତମ ଏବଂ ସଫ୍ଟବ୍ୟାଙ୍କର ମୁଖ୍ୟ ମାସାୟୋଶୀ ସନ ୯୬ ତମ ସ୍ଥାନରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ