ସଂଗୀତ ନାଟକ ଏକାଡେମୀ ପୁରସ୍କାର

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝରର ବିଶିଷ୍ଟ ସ୍ତମ୍ବକାର ତଥା ପାଲାଗାୟକ ଗାୟକବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଓଡିଶାରେ ୧୯୭୦ ମସିହାରୁ ଏଯାବତ ପାଲା ପରିବେଷଣ କରି ପୁର୍ବରୁ ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଦିଲ୍ଲୀ ସଂଗୀତ ନାଟକ ଏକାଡେମୀ ସମେତ ବହୁ ସମ୍ମାନପତ୍ର ଲାଭ କରିଛନ୍ତି । ଶ୍ରୀ ସତ୍ୟସାଇ ବାବାଙ୍କ ପୁଟ୍ଟପୁର୍ତ୍ତୀରେ ହିନ୍ଦିଭାଷାରେ ପାଲାଗାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପୁର୍ବରୁ ଓଡିଶାର ପୁରାତନ ସାହିତ୍ୟ ସଂଗଠନ କଳିଙ୍ଗ ଭାରତୀ ପକ୍ଷରୁ ମଧ୍ୟ ଭଞ୍ଜ ସାହିତ୍ୟ ସମ୍ମାନ ଲାଭ କରିଛନ୍ତି । ତାଙ୍କୁ ଏହି ସମ୍ମାନ ପ୍ରାପ୍ତି ହେବାପରେ ଓଡିଶାର ବହୁ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ପୁରସ୍କାରର ଶ୍ରେୟ ସେ ନିଜର ସ୍ୱର୍ଗତ ପିତା ନବ କିଶୋର ପାଣିଗ୍ରାହୀଙ୍କୁ ଦିଅନ୍ତି । ପିତାଙ୍କ ଦିଗଦର୍ଶନ ଯୋଗୁଁ ସେ ଆଜି ସଫଳତାର ଅଧିକାରୀ ହୋଇପାରିଛନ୍ତି ବୋଲି କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ହାଟଡିହି ଅଞ୍ଚଳର ତଥା କେନ୍ଦୁଝର ଜିଲ୍ଲାର ପାଲାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ