ଛତ୍ରପୁର ଓକିଲ ସଂଘର କର୍ମକର୍ତା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ଆଜି ଛତ୍ରପୁର ଓକିଲ ସଂଘର କର୍ମକର୍ତା ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ସଭାପତି ପଦ ନିମନ୍ତେ କେ.ଶିବରାମ ରେଡ୍ଡୀ, କେ.କମଳ ଲେଚନ ଦାସ ଓ ରାମକୃଷ୍ଣ ଦାସ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ନିମନ୍ତେ ସନ୍ତୋଷ କୁମାର ପଶୁପାଳକ, ସୁରେନ୍ଦ୍ର କୁମାର ପଣ୍ଡା ଓ ଡମିନାଥ ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ସାଧାରଣ ସଂପାଦକ ପଦବୀ ନିମନ୍ତେ ଏସ.ଶ୍ୟାମ କୁମାର ରାଓ ,ଡି.ପଦ୍ମନାଭ ପ୍ରଧାନ ଓ ଶିବ ପ୍ରସାଦ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଲାଇବ୍ରେରୀ ସେକ୍ରେଟାରୀ ନିମନ୍ତେ ବିଶ୍ୱ ଭୂଷଣ ପାଢୀ ଓ ଅପସର ଜାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଉକ୍ତ ପ୍ରାର୍ଥୀ ପତ୍ର ଗୁଡିକ ଆସନ୍ତା କାଲି ଯାଂଚ କରାଯିବା ପରେ ମାର୍ଚ୍ଚ ୩୦ ତାରିଖରେ ଭୋଟ ଗ୍ରହଣ ହେବ । ଏଥିରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଓକିଲ ଗୋକୁଳ ପଣ୍ଡା ,ସହକାରୀ ନିର୍ବାଚନ ଅଧିକାରୀ ଭାବେ ସଂଜୟ କୁମାର ବେହେରା ଓ ଦେବେନ୍ଦ୍ର ନାଥ ମିଶ୍ର ନିଯୁକ୍ତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ