ମହିଳା ଆୟୋଗ ଆନୁକୁଲ୍ୟରେ ଅଦାଲତ ଶିବିର
ବାଲେଶ୍ୱର,(ଯୁଗ।।ବ୍ଦ ନ୍ୟୁଜ୍):ଓଡିଶା ରାଜ୍ୟ ମହିଳା ଆୟୋଗ ତରଫରୁ ବାଲେଶ୍ୱରସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ଲୋକ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଗ ଅଧକ୍ଷା ମିନତୀ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିର ଅଦାଲତରେ ୨୩ ଗୋଟି ଅଭିଯୋଗକାରୀ ଦଳ ଉପସ୍ଥିତ ରହି ଶୁଣାଣୀରେ ପକ୍ଷଭୁକ୍ତ ହୋଇଥିଲେ । ଏଥିରେ ୮ ଟି କେଶରେ ଉଭୟ ପାର୍ଟି ଯୋଗ ଦେଇ ଥିବା ବେଳେ ୧୩ ଟି ଅଭିଯୋଗକାରୀ ପାର୍ଟି ଅଂଶ ଗ୍ରହଣ କରିଥିଲେ । ୨ ଗୋଟି ପାର୍ଟି କୋର୍ଟରେ ହାଜର ହୋଇଥିଲେ । ୫ ଟି କେସର ଆପୋଷ ବୁଝାମଣା ହୋଇଥିବା ବେଳେ ଗୋଟିଏ କେସକୁ ଜିଲ୍ଳା ଆଇନ ସେବା କତ୍ତୁପକ୍ଷଙ୍କୁ ଅଦାଲତରେ ପ୍ରେରଣା କରାଯାଇଥିଲା ।ଏହା ସହ ୨ ଟି ଗୋଟି କେସ ବାଦ ପଡିଯାଇଛି ।ଏହି ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ.କେ ସୁଦର୍ଶନ ଚକ୍ରବର୍ତ୍ତୀ , ଆରକ୍ଷୀ ଅଧିକ୍ଷକ ଶ୍ରୀ, ବି ଯୁଗଳ କିଶୋର ,ଅତିରିକ୍ତ ଆରକ୍ଷି ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ,ସ୍ନେହାଞ୍ଜଳି ମହାନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ମତି କୁସୁମ ବାଳା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଅଧକ୍ଷା ରାଜ୍ୟ ମହିଳା ଆୟୋଗ ପୂର୍ବାହ୍ନରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।


