ଝିଅଙ୍କ ସ୍ୱଭାବ ଜାଣିହେବ ନାଁର ପ୍ରଥମ ଅକ୍ଷରରୁ

ଶିଶୁଟିଏ ଜନ୍ମ ହେବା ପରେ ଜ୍ୟୋତିଷଶାସ୍ତ୍ରରେ ଗଣନା ଅନୁଯାୟୀ ତାର ନାମକରଣ କରାଯାଇଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ମତରେ ଝିଅଙ୍କର ସ୍ୱଭାବ ବିଷୟରେ ଜାଣିହେବ ସେମାନଙ୍କ ନାଁର ପ୍ରଥମ ଅକ୍ଷରରୁ ।
‘ବି’ ଅକ୍ଷରରୁ ଆରମ୍ଭ ହୋଇଥିବା ନାମଧାରୀ ଝିଅମାନେ ଖୋଲା ସ୍ୱଭାବର ହୋଇଥାଆନ୍ତି । ଏମାନେ ଟିକେ ଟିକେ କଥାରେ ରାଗିଯାଆନ୍ତି । ଯାହା ଏମାନଙ୍କୁ ବହୁ ସମୟରେ ଅସୁବିଧାରେ ପକାଇଥାଏ । ହେଲେ ଏମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ହୃଦୟରେ ସ୍ଥାନ ପାଇଥାନ୍ତି ।
‘ପ’ ଅକ୍ଷରେରେ ଯେଉଁ ଝିଅମାନଙ୍କର ନାଁ ଆରମ୍ଭ ହୋଇଥାଏ ସେମାନଙ୍କର ନାକ ଉପରେ ରାଗ ଥାଏ ବୋଲି କୁହାଯାଏ । ଏମାନେ କମ୍ କଥା ହେବାକୁ ଭଲ ପାଆନ୍ତି । ନିଜର ରାଗକୁ ନିଜ ଉପରେ ସୁଝାଇ ଶାନ୍ତି ପାଆନ୍ତି । ଏମାନେ ସମ୍ପର୍କକୁ ଦୃଢ଼ କରି ରଖିବାକୁ ଚେଷ୍ଟା କରନ୍ତି । ହେଲେ ଲୋକଙ୍କ ସହ ମିଳାମିଶା କରିବାକୁ ସେଭଳି ପସନ୍ଦ କରନ୍ତି ନାହିଁ ।
ଯେଉଁ ଝିଅଙ୍କ ନାଁ ‘ର’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ସେତିକି ବୁଦ୍ଧିମତୀ ହୋଇଥାନ୍ତି । ଟିକେ ଟିକେ କଥାରେ ହଠାତ୍ ରାଗିଯାଆନ୍ତି । ହେଲେ କିଛିକ୍ଷଣ ମଧ୍ୟରେ ରାଗ ଭୁଲିଯାଆନ୍ତି । ସମାଜସେବା କ୍ଷେତ୍ରରେ ଏମାନଙ୍କ ରୁଚି ରହିଥାଏ । ଯେତେ ଚେଷ୍ଟା କଲେ ଏମାନେ ନିଜର ଦୁଃଖକୁ ଲୁଚାଇ ପାରନ୍ତି ନାହିଁ ।
‘ସ’ ଏହି ଅକ୍ଷରରୁ ଯେଉଁ ଝିଅଙ୍କର ନାଁ ଆରମ୍ଭ ହୋଇଥାଏ ସେମାନେ ଭଲ ପାଇବା ସହ ଶତ୍ରୁତା କରିବାରେ ମଧ୍ୟ ଧୁରନ୍ଧର । ଦେଖିବାକୁ ଏମାନେ ଶାନ୍ତ ସ୍ୱଭାବର ହୋଇଥିବା ବେଳେ ରାଗ ଏମାନଙ୍କ ନାକ ଅଗରେ ଥାଏ । ଆବଶ୍ୟକତାଠାରୁ ଏମାନେ ଅଧିକ ଯତ୍ନବାନ । ଏମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ବହୁତ କଥା କହୁଥବାରୁ ସମାଲୋଚନାର ବି ଶିକାର ହୁଅନ୍ତି । ଏମାନେ କୌଣସି କଥା ପ୍ରକାଶ କରିବାକୁ ଭଲପାଆନ୍ତିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ