ଆଲିଆଙ୍କୁ ଆଦର୍ଶ ମାନନ୍ତି ଅନନ୍ୟା

ପ୍ରଥମ ଚଳଚ୍ଚିତ୍ର ମୁକ୍ତି ଲାଭ କରିବା ପୂର୍ବରୁ ଅନନ୍ୟା ପାଣ୍ଡେ ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ମୋହର ମାରି ସାରିଥିଲେ । ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା “ପତି ପତ୍ନୀ ଔର ଓ’ ଫିଲ୍ମ ପୁଣିଥରେ ନିର୍ମାଣ ହେବାକୁ ଯାଉଛି ଏଥିରେ ଅନନ୍ୟାଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଓ ଭୂମି ପେଦେନକର ନଜର ଆସିବେ । ଏହି ଫିଲ୍ମର ଶୁଟିଂ ସେଟରେ ଅନ୍ୟନ୍ୟା ନିଜ ୨୧ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ କାର୍ତ୍ତିକ ସହ ଧୁମ୍ ନାଚିଥିଲେ । ନୂଆ ନୂଆ ସିନେମାରେ ପାଦ ରଖୁଥିବା ଅନନ୍ୟା ପାଣ୍ଡେ କହିଛନ୍ତି ସେ ଆଶା କରୁଥିଲେ ଆଗକୁ ବଢ଼ିବାକୁ । ଏଇ କ୍ଷେତ୍ରରେ ସବୁ ଭୂମିକାକୁ ସହଜରେ ନିଭାଇ ପାରୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଦର୍ଶ ରୂପେ ପାଇ ସେ ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ଅନନ୍ୟା କହିଛନ୍ତି । ଏହି ୨୧ ବର୍ଷୀୟ ଅଭିନେତ୍ରୀ ପ୍ରଥମ ଚଳଚ୍ଚିତ୍ର “ଷ୍ଟୁଡ଼େଣ୍ଟ ଅଫ୍ ଦି ଇଅର୍‌-୨’ରୁ ଆରମ୍ଭ କରଥିଲେ । ଅନନ୍ୟା ହେଉଛନ୍ତି ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ । ପରବର୍ତ୍ତୀ ଚଳଚ୍ଚିତ୍ର “ପତି ପତ୍ନୀ ଔର ଓ’ ଫିଲ୍ମରେ ଅନନ୍ୟା ନିଜ ଭୂମିକାକୁ ନେଇ ବେଶ୍ ଖୁସି ଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ