ସହୀଦ ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅକାଳ ବିୟୋଗ

ଛତ୍ରପୁର (ଦେବଦତ୍ତ ମହାରଣା): ଖଣ୍ଡଦେଉଳି ସ୍ଥିତ ସହିଦ୍ ଭଗତ ସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦୁର୍ଯ୍ୟୋଧନ ସେଠୀଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଖଣ୍ଡଦେଉଳି ମହାବିଦ୍ୟାଳୟ ପରିସରରେ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସ୍ୱାଇଁଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଯୁକ୍ତଦୁଇ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ. ଅଧ୍ୟାପକ,ଅଧ୍ୟାପିକା ଓ ଯୁକ୍ତତିନି ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି କାମନା ନେଇ ଦୁଇମିନିଟ ନୀରବ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଶ୍ରୀ ସେଠୀ ୨୦୧୧ ମସିହା ଠାରୁ ଏବେ ସୁଦ୍ଧା ଡିଗ୍ରୀ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହା ସହ ସେ ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ପୂର୍ବତନ ସଂପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିବାରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ ପରିଚାଳନା କମିଟିର ସଦସ୍ୟମାନେ ଶୋକ ପ୍ରକାଶ କରିବା ସହ ତାଙ୍କରି ଆତ୍ମାର ସଦ୍‌ଗତି ନିମନ୍ତେ କାମନା କରିଛନ୍ତି । ସ୍ୱର୍ଗତ ସେଠୀ ଗତକିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ସୋମବାର ରାତିରେ ତାଙ୍କରି ବାସଭବନ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କରି ଧର୍ମପତ୍ନୀ, ଦୁଇଝିଅ, ବଡଜ୍ୱାଇଁ ଓ ନାତି ଏବଂ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସ୍ୱର୍ଗତ ସେଠୀ ଜଣେ ଏକାଧାରରେ ସାହିତ୍ୟିକ, କବି, ଲେଖକ, ପରୋପକାରୀ , ବନ୍ଧୁ ବାତ୍ସଲ୍ୟ ବ୍ୟକ୍ତି ଭାବେ ଛତ୍ରପୁର ସହରରେ ସୁପରିଚିତ ଥିବାରୁ ତାଙ୍କ ବିୟୋଗରେ କବି ଡ.ଅଜୟ କୁମାର ତ୍ରିପାଠୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଏନ୍‌.ନାରାୟଣ ରେଡ୍ଡୀ, ସୋମନାଥ ସାହୁ, ଡ.ରାଜେନ୍ଦ୍ର କୁମାର ଦାଶ, ଅମିୟ କୁମାର ଧଳ, ଅଜିତ୍ ସେଠୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଶାନ୍ତ କୁମାର ଶତପଥ. ଡମିନାଥ ସାହୁ ପ୍ରମୁଖ ଗଭୀର ଶୋକପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ