ସୁନ୍ଦରପଦା ମହିଳା ସମିତିର ସଂସ୍ଥାପକ ଶ୍ରୀମତୀ ଉମା ନନ୍ଦଙ୍କର ପରଲୋକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସୁନ୍ଦରପଦା ନିବାସୀ ସ୍ୱର୍ଗତ କାଳୁ ନନ୍ଦଙ୍କର ଧର୍ମପତ୍ନୀ ଶ୍ରୀମତୀ ଉମା ନନ୍ଦଙ୍କର ପୋଖରୀପୁଟ ସ୍ଥିତ ବାସଭବନରେ ଆଜି ଦିନ ସାଢ଼େ ଗୋଟାଏ ବେଳେ ପରଲୋକ ହୋଇଯାଇଛି | ମୃତୁବେଳକୁ ତାଙ୍କର ବୟସ 89 ବର୍ଷ ହୋଇଥିଲା , ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ ଗରିବ ,ଗୁରୁବା ଓ ନିଷ୍ପେସିତ ପୀଡ଼ିତଙ୍କର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ | ସୁନ୍ଦରପଦା ଗ୍ରାମର ମହିଳାମାନଙ୍କର ସଶକ୍ତିକରଣ ପାଇଁ “ସୁନ୍ଦରପଦା ମହିଳା ସମିତି” ଗଠନ କରି ଅନେକ ଜନହିତକର କାମ କରିଥିଲେ | ତାଙ୍କର ପତି ସ୍ୱର୍ଗତ ଉମାକାନ୍ତ ନନ୍ଦଙ୍କୁ ଭୁବନେଶ୍ୱର ବାସୀ କାଳୁନନ୍ଦ ଭାବେ ଜାଣନ୍ତି | ଶ୍ରିମତୀ ନନ୍ଦ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଗତ କିଛି ଦିନ ହେଲା ଘରେ ଚିକିତ୍ସା ହେଉଥିଲେ | ତାଙ୍କ ପରଲୋକରେ ଗଣ୍ଡମୁଣ୍ଡା, ପୋଖରୀପୁଟ ଓ ସୁନ୍ଦରପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |କୋଭିଡ କଟକଣା ମାନି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ବରିଷ୍ଠ ସାମ୍ବାଦିକ ଜାନକୀଷ ବଡ଼ପଣ୍ଡା ତଥା ହୋଟେଲ କେଶରୀ ଏବଂ ପରିବାରର ମାଲିକାନାରେ ଥିବା ସମସ୍ତ ଅନୁଷ୍ଠାନ ତଥା ସ୍ଥାନୀୟ ଜନସାଧାରଣ ପ୍ରମୁଖ ଶ୍ରୀମତୀ ଉମାନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି | ବୁଧବାର ସନ୍ଧ୍ୟା 6 ଘଟିକା ସମୟରେ ସୁନ୍ଦରପଦା ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି | ମୃତୁ ସମୟରେ ପାଖରେ ପାଞ୍ଚପୁତ୍ର ଓ କନ୍ୟା ଉପସ୍ଥିତ ଥିଲେ ଜେଷ୍ଠପୁତ୍ର ତରୁଣ କୁମାର ନନ୍ଦ (ବାଦଲ ) ମୁଖାଗ୍ନି ଦେଇଥିଲେ |


