ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଜି.ପ୍ରତାପ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ର ପ୍ରତିଷ୍ଠାତା ସମ୍ପାଦକ ଜି.ପ୍ରତାପ ପାତ୍ରଙ୍କ ଗତବର୍ଷ କୋଭିଡ୍ ୧୯ ପ୍ରଥମ ଲହରରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ସ୍ବର୍ଗତ ପାତ୍ର ଜଣେ ଯୁବ ସମାଜସେବୀ ଓ ଔଷଧ ବ୍ୟବସାୟୀ ଥିବା ବେଳେ ବାଲିପଦର ଅଞ୍ଚଳରେ ବହୁ ଜନ ହିତକର କାର୍ଯ୍ୟ କରି ସେ ପ୍ରଶଂସା ସାଉଁଟିବା ସହ, ଫ୍ରେଣ୍ଡସ କ୍ଳବ୍ ର ପ୍ରତିଷ୍ଠାତା ସମ୍ପାଦକ, ବଣିକ ସଂଘ ସକ୍ରିୟ ସଭ୍ୟ, ବାଲିପଦର ମହୋତ୍ସବ କମିଟିର ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ତାଙ୍କର ସ୍ମୃତି ଚାରଣ କରି ଆଜି କ୍ଳବ୍ ର ସଭାପତି ଦେବଦତ୍ତ ରଣା, ସମ୍ପାଦକ ରାଜେନ୍ଦ୍ର ମହାରଣା, ଜି.ସଞ୍ଜିବ କୁମାର ପାତ୍ର, ଜି .ମନୋଜ କୁମାର ପାତ୍ର, ଜି.ଅରବିନ୍ଦ ପାତ୍ର, ବି.ଗୋପାଳ ଚନ୍ଦ୍ର ଆଚାରୀ, ମୋଚିରାମ ସାହୁ, ବାଳକୃଷ୍ଣ ବିଷୋୟୀ, ଖଦାଳ ସେଠୀ, ସନ୍ୟାସୀ ମହାରଣା, ପୃଥ୍ବୀ ରାଜ ସାହୁ, କେ.ରଘୁନାଥ ପାତ୍ର ପ୍ରମୁଖ ଷ୍ଟେଟ ବ୍ୟାଙ୍କ କମ୍ପ୍ଲେକ୍ସ ଠାରେ ଏକ ସଭା କରି ସ୍ମୃତି ଚାରଣ କରିବା ସହ ବ୍ରାହ୍ମଣ ଭୋଜନ ଏବଂ ଦରିଦ୍ର ନାରାୟଣ ସେବା କରା ଯାଇଥିଲା । ସେହିପରି ଜି.ଶିବାଜୀ ପାତ୍ରଙ୍କ ନେତୃତ୍ବରେ କୁମୁଟି ପେଣ୍ଠ ଘର ଠାରେ ବହୁ ବୁଦ୍ଧିଜୀବୀ ଙ୍କୁ ନେଇ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ପରିବାର ଓ ବନ୍ଧୁ ବର୍ଗ ଯୋଗ ଦେଇ ସ୍ବର୍ଗତ ଜି.ପ୍ରତାପ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ