ନିମାପଡାରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି ଯୁବମୋର୍ଚ୍ଚା କର୍ମୀ
ନିମାପଡା (ସନ୍ତୋଷ ଦାଶ ): ରାଜ୍ୟ ବିଜେପି ଦଳ ଡାକରା ରେ ଆଜି ନିମାପଡା ବିଜେପି ଯୁବ ମୋର୍ଚା କର୍ମୀ ମାନେ ରାଜ୍ୟସରକାର ଙ୍କ ଷ୍ଟାପ ସିଲେକ୍ସସ ର ଦୁର୍ନୀତି ଅଭିଯୋଗରେ ନିମାପଡା ବ୍ଲକ ସମୁଖରେ ପ୍ରତିବାଦ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ l ଏଥିରେ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଆଲୋକ ବେହେରା, ମଣ୍ଡଳ ସଭାପତି ଦିଲ୍ଲୀପ ପାତ୍ର, ଶିବ ସ୍ୱାଇଁ, ମିଲନ ମୁଖି, ଜାନକୀ ନାଥ ଜେନା,ନିରଂଜନ ନାୟକ, ଅନୁରାଗ ଦାଶ, ଯୋଗେନ୍ଦ୍ର ଜେନା ଙ୍କ ସହିତ ବହୁ ପ୍ରମୁଖ ଯୁବନେତା ମାନେ ଯୋଗଦେଇ ଥିଲେ l


