ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ୱଷ୍ଟ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଜୈନିକା ଯୁବତୀ ବେକରେ ଲୁଙ୍ଗି ଲଗାଇ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବତୀ ଜଣଙ୍କ ହେଲେ ସନିଆ ପଲାଇଙ୍କ ସାନ ଝିଅ ପିଙ୍କି ପଲାଇ( ୨୦ ବର୍ଷ ) । ଆତ୍ମହତ୍ୟାର କାରଣ ଅସ୍ୱଷ୍ଟ ରହିଥିବା ବେଳେ ପ୍ରେମ ଜନିତ ବୋଲି ଆଲୋଚନା ହେଉଥିବା ଶୁଣାଯାଇଛି। ମଧ୍ୟାହ୍ନରେ ଘରେ କେହି ନ ଥିବାବେଳେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଫେରିଛନ୍ତି । କେଶ ନ ୫/୨୧ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କହିଛନ୍ତି,ଏସଆଇ ଏସ ଏନ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ