ବୃଦ୍ଧଙ୍କ ମୃତଦେହ ଉଦ୍ଧାର କଲା ବିଶୋଇ ପୋଲିସ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ଏକ ଆମ୍ବ ଗଛରୁ ଶୁକ୍ରବାର ସକାଳେ ଏକ ଝୁଲନ୍ତା ବୃଦ୍ଧଙ୍କ ମୃତଦେହକୁ ବିଶୋଇ ପୋଲସ ଉଦ୍ଧାର କରିଛି ।ସୂଚନାଯୋଗ୍ଯ କାଦୁଆଣି ଗ୍ରାମ ଛତନା ସାହିର ବିଶ୍ବନାଥ ହେମ୍ବ୍ରମ(୬୩) ଭୋରୁ ଶୌଚ କରିବାକୁ ଆସିଥିଲେ ।ସକାଳ ୭ଟାବେଳେ ଦେଖିଲେ ଗାଁ ନିକଟ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଶଵ ଚିହ୍ନଟ କରି ମୃତକୁ ଉଦ୍ଧାର କରିବା ସହ ଏକ ଅପମୃତ୍ଯୁ ମାମଲା କେଶ ନଂ ୨୧/୨୧ ରୁଜୁ କରି ଶବ ଵ୍ଯବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ମୃତ୍ଯୁର କାରଣ ଅସ୍ପଷ୍ଟ ।ପୋଲିସ ଘଟଣାର ତଦନ୍ତ କରୁଛି ।


