ପୂର୍ବତନ ବିଜେପି କାଉନସିଲର ସାବିତ୍ରୀ ପଣ୍ଡାଙ୍କ ଦେହାନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା): କ୍ୟାନ୍‌ସର ପିଡୀତ ପୁର୍ବତନ ବିଜେପି କାଉନସିଲର ସାବିତ୍ରୀ ପଣ୍ଡା ଆଜି ଅପରାହ୍ନ ୨ଟା ୪୫ ମିନିଟ ସମୟରେ ତାଙ୍କ ପୁରୁଣା ବାଲେଶ୍ବର ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ବାଲେଶ୍ଵର ମୁନିସିପାଲିଟିରେ ବିଜେପି ୟର ସାଂଗଠନିକ କାର୍ଯ୍ୟରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ମୃତ୍ୟୁ ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦାନ କରିବା ପାଇଁ ଯାଇଥିଲେ। ପ୍ରତିନିଧ ଦଳରେ ଜିଲ୍ଲା ଉପସଭାପତି କମଲଲୋଚନ ଦାସ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସାଧାରଣ ସମ୍ପାଦକ ସନାତନ ବାରିକ୍ ଓ।ନଗର କୋଷାଧ୍ୟକ୍ଷ ତରୁଣ ବର୍ଦ୍ଧନ ଦିବଂଗତ ସାବିତ୍ରୀ ପଣ୍ଡାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ବର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ