ଭୁବନେଶ୍ୱର ନାଇଜରକୁ ଡ୍ରୋନ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର) ପାଇଁ ମାନବବିହୀନ ବିମାନ ବ୍ୟବସ୍ଥା (ୟୁଏଏସ) ନିୟମାବଳୀ, ୨୦୨୧କୁ ସର୍ତମୂଳକ ଭାବେ କୋହଳ କରାଯାଇଛି । ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି । ସର୍ତ କୋହଳ ଫଳରେ କେନ୍ଦ୍ରୀୟ ସଂରକ୍ଷିତ କିର୍ତୀରାଜୀଗୁଡ଼ିକର ସର୍ବେକ୍ଷଣ ଓ ଫଟୋଗ୍ରାମ୍ମେଟ୍ରୀ (ଭୌତିକ ବସ୍ତୁ ଏବଂ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ସୂଚନା ସଂଗ୍ରହ କରିବା ଲାଗି ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ) ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସହଭାଗିତାରେ ଡ୍ରୋନ ବ୍ୟବହାର କରାଯାଇପାରିବ । ନାଇଜରକୁ ଯେଉଁସବୁ ସ୍ଥାନରେ ଡ୍ରୋନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି ସେଗୁଡ଼ିକ ହେଲା- ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର ।ମଞ୍ଜୁରି ମିଳିବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, ଏହି କୋହଳ ବ୍ୟବସ୍ଥା ଲାଗୁ ହେବ । ତେବେ ଏଥିରେ ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ଏସଓପିର ନିୟମ ଓ ସର୍ତାବଳୀ ଲାଗୁ ହେବ ।ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ, ହିସାର, ପଞ୍ଚକୁଲା, ଅମ୍ବାଲା ସହରାଞ୍ଚଳରେ ଅମୃତ ସହରଗୁଡ଼ିକର ବିକାଶ ପାଇଁ ଡାଟା ସଂଗ୍ରହ, ମ୍ୟାପିଂ ଓ ୱେବ ଆଧାରିତ ଜିଆଇଏସ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତି ଟିକସ ସଂଗ୍ରହ ନିମନ୍ତେ ହରିୟାଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ଡିୟୁଏଲବି)ଗୁଡ଼ିକୁ ଡ୍ରୋନ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ