ଚିଦାମ୍ବରମ୍ଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହି ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସଂପ୍ରତି ଜେଲରେ ଥିବା ଚିଦାମ୍ବରମ୍ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାପାଇଁ ଗଠିତ ହୋଇଥିବା ମେଡିକାଲ ବୋର୍ଡ ହାଇକୋର୍ଟଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଆଧାରରେ ହାଇକୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ।
ଚିଦାମ୍ବରମ୍ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡିକାଲ ବୋର୍ଡ ହାଇକୋର୍ଟଙ୍କୁ ପ୍ରଦାନ କରିଥିବା ତାଙ୍କ ରିପୋର୍ଟରେ କହିଛନ୍ତି ଯେ ତାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସଚଳ ଓ କାର୍ଯ୍ୟକ୍ଷମ ଥିବା ଦୃଷ୍ଟିରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ତାଙ୍କର ଚିକିତ୍ସିତ ହେବାର କୌଣସି ଆବଶ୍ୟକତା ନାହିଁ । ତେବେ, ସଂପ୍ରତି ଆଇଏନ୍ଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଚିଦାମ୍ବରମ୍ ପରିଚ୍ଛନ୍ନ ପରିବେଶ ସହ ମିନେରାଲ ପାଣି, ଘରରନ୍ଧା ଖାଦ୍ୟ ଓ ମଶାଙ୍କ ଠାରୁ ସୁରକ୍ଷା ଯୋଗାଇ ଦେବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ