ବସ୍-ଟିପ୍ପର ମଧ୍ୟରେ ଧକ୍କା, ଟିପ୍ପର ଡ୍ରାଇଭର ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜପୁର ଠାରେ ବସ୍ ଏବଂ ଟିପ୍ପର ମଧ୍ୟରେ ଧକ୍କା ହୋଇ ଟିପ୍ପର ଡ୍ରାଇଭାର ଆହତ ହୋଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟରେ ଖଜୁରୀପଦା ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଏକ ଘରୋଇବସ ଏବଂ ପାରଳାଖେମୁଣ୍ଡି ଠାରୁ ରାୟଗଡ ଅଭିମୁଖେ ଯାଉଥିବା ଏଆର୍ଏସ୍ଏସ୍ ରାସ୍ତାନିର୍ମାଣକାରୀ କମ୍ପାନୀର ଏକ ଟିପ୍ପର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟିପ୍ପର ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବାର ଜଣାପଡିଛି । ଦୁର୍ଘଟଣା ଯୋଗୁଁ ଜାତୀୟରାଜପଥ ୩୨୬-ଏ କିଛି ଘଣ୍ଟା ପର୍ଯନ୍ତ ବିଭିନ୍ନ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଫଳରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଥିଲା ।


