ଗଜପତିରେ ଅନ୍ଧ ବିଶ୍ୱାସ ଦୂର ପାଇଁ ପ୍ରଶାସନର ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ ନଂ ୧ ଏବଂ ୨ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସଚେତନତା ସୃଷ୍ଟି କରାଯିବା ସହ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ୱାର୍ଡ ନଂ ୧ ସ୍ଥିତ ପରିଚୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । କିଛିଦିନ ତଳେ ଗୋଟିଏ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ଠାରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ର ୱାର୍ଡ ନଂ ୧ ଏବଂ ୨ରେ ଜାରି ରଖାଯାଇଛିି । ଶିଶୁ ସୁରକ୍ଷା ବିଭାଗର ପରାମର୍ଶଦାତା ଏବଂ ମାନସିକ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତାଙ୍କ ଦ୍ୱାରା ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ପରିବାରଙ୍କୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ସଚେତନତା ସହ ଚିକିତ୍ସା ଭେଷଜ, ହୋମିଓପାଥି, ଆୟୁର୍ବେଦିକକୁ ବିଶ୍ୱାସ କରିବା ଲାଗି ବିଭିନ୍ନ ଉଦାହରଣ ସହ ପରାମର୍ଶ ଦିଆଯାଇଛି । ସେହି ସବୁ ଅଞ୍ଚଳର ଲୋକମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସେହି ଅଞ୍ଚଳର ଆଶା ଦିଦି, ଅଙ୍ଗନୱାଡି କର୍ମୀ, ସ୍ୱଚ୍ଛସାଥିଙ୍କ ଦ୍ୱାରା ଘର ଘର ବୁଲି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ରହିବା ଲାଗି ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ସମୟରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦେଇ ଲୋକମାନଙ୍କର ଆବଶ୍ୟକ ଅନୁସାରେ ବିଭିନ୍ନ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସେଥିରେ ମଧ୍ୟ କରୋନାର ନିର୍ଦ୍ଦେଶାବଳୀକୁ ସମସ୍ତଙ୍କୁ ମାନିବାକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସହ ପୌରପାଳାକର କାର୍ଯ୍ୟକର୍ତ୍ତା ପରିଚାଳନା କରିଥଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବ୍ରତ ଜମାଦାର, ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ଶୁଭଲକ୍ଷ୍ମୀ ସାହୁ ଏବଂ ଜିଲା ଶୁଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସାଧାରଣଙ୍କୁ ଚିକିତ୍ସା ଯୋଗାଇବା ସହ ଆବଶ୍ୟକୀୟ ସଚେତନତତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ